STORYMIRROR

Akshayakumar Dash

Action Fantasy Inspirational

4  

Akshayakumar Dash

Action Fantasy Inspirational

ଦୁଇହଜାର ଏକୋଇଶି

ଦୁଇହଜାର ଏକୋଇଶି

1 min
1.1K

ସମୟର ଚକ ଘୁରେ

ଘୁରେ ପୁଣି ଜୀବନ

ଆଜି ଜନ୍ମ ହେଲେ କାଲି

ବାଳକର ସନ୍ଧାନ।


ଦୁଇହଜାର ଏକୋଇସୀ

କାଲିଗଲାଣି ଚାଲି,

ସୃତି ତାର ଖଟା ମିଠା

ଆଜି ଖାଲି ଖାଲି।


ସଂସାର ଦୁଃଖ ସବୁ

ଘୋଟି ଆସି ଅନ୍ଧାର,

ମହାମାରୀ ଗ୍ରାସିଯାଏ

ବାରଣ କୁ ବାହାର।


ଘରେ ରହି ଅମାନିଆ

ମନ ହୁଏ ଛାନିଆଁ

ବାହାରେ ବୁଲିଆସିଲେ

ରୋଗ ଭୟ ଘେନିଆ।


ମଣିଷ ମନ ଚଂଚଳ

ବାହାର ର ସମ୍ବନ୍ଧ,

କରୋନା ଭୟରେ ସବୁ

ପଡିଗଲା ବନ୍ଦନ।


ଟିଭି ପରଦାରେ ନିତି

ଦେଖୁ ଲୋକ ଜୀବନ,

ପୋଡା ପାଇଁ ଯିବାନାହିଁ

 ମଶାଣୀକୁ ବାରଣ।


ଆତଙ୍କ ଓ ଆଶଙ୍କାରେ

କାଳ କାଟେ ମଣିଷ

ଏକୁଟିଆ ଛଟପଟ

ନାହିଁ କାର ପରଶ।


କେତେ ଚିନ୍ତା ଚେତନାରେ

ଶୀମା ହୀନ ଭାବନା,

 କିପରିଏ ପ୍ରତିକାର

 ଉପଚାର ଛଳନା।


ଯୋଗ, ପ୍ରାଣୟମ ପଥୀ

ବାଟ ଜାଙ୍କ ଆବୁରୀ,

ତଥାପି ନ ମାନେ ରୋଗ

ତୁଣ୍ଡି ମୁଖେ ସବୁରି।


ଟୀକା ଯେବେ ଦିଆଗଲା

ବିଶ୍ୱାସର ପ୍ରତୀକ,

ତଥାପି ରୋଗ ହୋଇଲା

ଚିନ୍ତା ଗ୍ରସ୍ତ ମସ୍ତିସ୍କ।


ସୁଖ ଦେଉ ବାଇସହେ

ପ୍ରତୀକ୍ଷାରେ ତୁମକୁ

ଏକୋଇସ ଛାଡେ କାତି

ଶାନ୍ତି ଦିଅ ଆମକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action