STORYMIRROR

kishore Nayak

Children

3  

kishore Nayak

Children

ଦୁଇ ଦିନର ଏଇ ଜୀବନ

ଦୁଇ ଦିନର ଏଇ ଜୀବନ

1 min
63



ଦୁଇ ଦିନର ଏଇ ଜୀବନ 

       ହସ ଖୁସିରେ ଯାଉ ଭରି 

ଦୁଃଖ କଷଣ ଉଭେଇ ଯାଉ 

        ସବୁରି ଆଶା ଉଠୁ ପୂରି ll

ପୁଲକେ ଭରୁ ସବୁରି ମନ 

          ନରହୁ ରାଗ ରୋଷ 

ଭଲ ଗୁଣକୁ ଆଦର କର 

         ନଦେଖି କା'ର ଦୋଷ ll

ଦୁଃଖ ଯାତନା ଜଞ୍ଜାଳ ଭରା 

           ଏଇ ଜୀବନ ବାଟ 

ସହଯୋଗର ହାତ ବଢ଼ାଅ 

         ନରହୁ ଭୋକେ ପେଟ ll

ଶିକ୍ଷା ଦକ୍ଷତା ବୁଦ୍ଧିମତାରେ 

         ହୋଇଲେ କର୍ମ ବୀର 

ଦୁଃଖ କଷଣ ଅଭାବ ଯେତେ 

          ହେବରେ ସବୁ ଦୂର ll

କର୍ମମୟ ଏ ଜୀବନ ପଥ 

         ଈଶ୍ୱରଙ୍କୁ ସ୍ମର ସଦା 

ହେବରେ ଦୂର ଜୀବନୁ ଘୋର 

          ସକଳ ବିଘ୍ନ ବାଧା ll

ସବୁରି ମୂଳେ କର୍ମ ହିଁ ସାର 

         କରନି ହେୟ ଜ୍ଞାନ 

କର୍ମ ହିଁ ଧର୍ମ କର୍ମ ହିଁ ଜ୍ଞାନ 

         କର୍ମ ହିଁ ଅଟେ ଧନ ll



Rate this content
Log in

Similar oriya poem from Children