STORYMIRROR

Chinmaya Kumar Nayak

Abstract Tragedy

4  

Chinmaya Kumar Nayak

Abstract Tragedy

ଦୁଃସାହସୀ କର୍ତ୍ତବ୍ୟ

ଦୁଃସାହସୀ କର୍ତ୍ତବ୍ୟ

1 min
379

କଣ ବା ଆବଶ୍ୟକ ଥିଲା ଏ ଦୁଃସାହାସର

ନିଜ ଜୀବନକୁ ସୁଅ ମୁହଁରେ ଠେଲିଦେବାର

ତୁମ ପାଖରେ କଣ ଥିଲା ସେତିକି ଅଧିକାର


କାହିଁ ଆଉ ସେ 

ନିଶା, ପେଶା, କର୍ତ୍ତବ୍ୟ ଓ ସାହସର ବାହାସ୍ଫୋଟ

ସୀମା ଟପିଗଲା ପରେ ନିଜ ଛାଇ ବି

ନିଜ ପାଇଁ ପାଲଟିଯାଏ ମହା ସଙ୍କଟ। 


ସେ କ୍ଷଣିକ ରୋମାଞ୍ଚର ପରିଣତି

ଆଜି ତୁମେ ଦେଖିପାରୁଥିବ ନିଶ୍ଚୟ ହେ ମହାବୀର

ଅନୁଶୋଚନାର ଅତିରିକ୍ତ ଆଉ କିଛି ଖୋଜି ପାଇଛ କି

ସେ ଅଫେରା ରାଜ୍ୟରେ ନା ଅଛି ପୁରସ୍କାର ନା ତିରସ୍କାର।

 

ଆଜିର ଏ ଶ୍ରଦ୍ଧାଞ୍ଜଳି ଠାରୁ ତୁମେ କଣ ଭାବୁନାହଁ

ଅଧିକ ହୋଇଥାନ୍ତା ତୁମ ଜୀବନ୍ତ ଶରୀରର ପ୍ରଖର ଭାଷଣ !

ଏଇ ଯେଉଁ ଡେଇଁପଡିବାର ଉତ୍ତେଜନା ଟିକକ

ସାଜିଲା ତୁମ ସହ ତୁମ ପରି ଏକ ଖିଆଲି ପଣର ସୁପ୍ତ ଅନ୍ତସ୍ୱର। 

କୁହ ପଢିପାରୁଛ ତୁମେ ସେପାରିରେ ଥାଇ

ତୁମକୁ ଚାହୁଁଥିବା ଅସଂଖ୍ୟ ଆଖିରେ ଆଜି ଉଷ୍ମ ଅଶ୍ରୁଧାର !


ମୁହୂର୍ତ୍ତଟିଏ ଅଟକି ଯାଇଥିଲେ ବୋଧହୁଏ

ଆଜି ସେ ଆଖି ତୁମକୁ ଦେଖୁଥାନ୍ତେ ମୂର୍ତ୍ତିଟିଏ ନବ ଉଲ୍ଲାସର। 

ତୁମକୁ ଅଛପା ନଥିବ ବୋଧେ

ଏଥର ଖୋଜା ଚାଲିବ ଦୋଷୀ କିଏ ଘଟଣା ପଛର

କିଛି ଚଞ୍ଚକତା ଓ କିଛି ଅନୁସନ୍ଧାନ ଭିତରେ 

ବିସ୍ମୃତିରେ ହଜିଯିବ ତୁମ ସାମ୍ବାଦିକତାର ଶେଷ ସମାଚାର। 


ତୁମେ ଆଜି କଣ ଭାବୁନଥିବ

ନିଜକୁ ହିଁ ନିଜ ପରାଜୟର ବାସ୍ତବ କାରଣ !

ଏକ ମୂଲ୍ୟବାନ ହୀରାକୁ ଏମିତି ଭସେଇ ଦେଇ

କି ଲାଭ ପାଇଲ କୁହ କର୍ତ୍ତବ୍ୟର ପକ୍ଷ ନେଇ ଜୀବନକୁ କରି ଅକାରଣ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract