STORYMIRROR

Hasyamayee Raj

Inspirational

3  

Hasyamayee Raj

Inspirational

ଦୁଃଖର ନଦୀ ତୀରେ

ଦୁଃଖର ନଦୀ ତୀରେ

1 min
155

ଜୀବନ ନଦୀର ସ୍ରୋତେ 

ଭାସି ଭାସି ଚାଲୁଥାଏ

କାମନାର ଖଟା ମିଠା 

କେତେ କାଠି କୁଟା

ଧରିବାକୁ ଚାହୁଁଥାଏ ଅବିରତ ମନ

ହେଲେ ଦୂରରୁ ଦୂରକୁ 

ଭସାଇ ଭସାଇ ନିଏ 

ଅସହାୟତାର ଏ ଚହଲା ପବନ 

ଦୁଃଖର ନଦୀ ତୀରେ ବୁଲୁ ବୁଲୁ 

ନିଶ୍ବାସକୁ ବୁଝାଉ ଥାଏ ହୃଦୟ ସ୍ପନ୍ଦନ 

ଖୋଲୁଥାଏ ପରସ୍ତ ପରସ୍ତ ଗୁଢ ତତ୍ତ୍ବ 

ଅଦୃଶ୍ୟ ଆତ୍ମ ସତ୍ତାର

ଅଜାଣତେ ଦେଉଥାଏ ମୁକ୍ତିର ସନ୍ଧାନ ।


କାନରେ କାନରେ କହେ

ଦଉଡୁଛୁ କାହିଁକିରେ ବାଇଆ

ଏ ପରା ମିଛମାୟା ସଂସାର 

କାମନାର ଏ ନିଆଁ ଭାରି ଅମାନିଆ 

ଜାଳିଦେବ ସବୁ ସୁଖ ତୋର

ଆବିଳ ଲାଗିବ ଏ ଜୀବନର 

କଳ କଳ ଛଳ ଛଳ ସ୍ବଛ ଜଳଧାର

ବୁଝିଯା ବୁଝିଯା ଏବେଠୁ

ଦୁଃଖର ଏ ନଦୀ ତୀର

ନୁହେଁ ସମତଳ 

ବେଳାଭୂମି ତାର ନୁହେଁ ବି ଶୀତଳ 

ଚାଲିବାକୁ ହୁଏ ସିନା

ସହିବାକୁ ହୁଏ ଉତପ୍ତ ବାଲିଝଡ 

ସେଇ ଦିବ୍ୟ ସତ୍ତା ପ୍ରେମର ପୁରୁଷ 

ଭରୁଥାନ୍ତି ବଳ 

ଚାଲିବାକୁ ସେ ପଥରେ ସଅଳ ସଅଳ

ତାଙ୍କୁ ସାଥୀରେ ଧରିଥା

ପହଞ୍ଚିବା ପାଇଁ ନିଜ ଲକ୍ଷ ସ୍ଥଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational