ଦୁଃଖନାଶନ ହେ
ଦୁଃଖନାଶନ ହେ
ଲୁହକୁ ଆଦରି ହସକୁ ପାଶୋରି
ଜୀବନ ଚାଲିଛି ନିଶ୍ୱାସକୁ ଧରି
ସଂସାର ମୋହରେ ସମୟ ସୁଅରେ
କରମର ଫଳ କିଏ କାହିଁ ଫେଡ଼ିବରେ
ତଥାପି ଆଶା ଟିକିଏ ମନରେ ଅଛି ମୋର
ଦୁଃଖନାଶନ ହେ ମୋର ଦୁଃଖ କି କରିବ ଦୂର ।
ବନ ପୋଡ଼ିଗଲେ ଜାଣନ୍ତି ସଭିଏଁ
ମନ ପୋଡ଼ିଗଲେ ଜାଣେନି କିଏ
ହତାଶ ନିରାଶ ବିଷାଦର ଫାଶ
ରଙ୍ଗହୀନ ପରା ଏ ଘର ଆକାଶ
ପ୍ରତି କ୍ଷଣେ କାନ୍ଦେ ଗୋପନେ ମା' ଟି ମୋର
ଦୁଃଖନାଶନ ହେ ମୋର ଦୁଃଖ କି କରିବ ଦୂର ।
କରମ କର୍ତ୍ତବ୍ଯ ଓ ସମ୍ପର୍କର ସ୍ନେହ
ଓଠେ ହସ ମିଛ ସତ ଆଖି ଲୁହ
ତୋତେ ଡ଼ାକିଡାକି ଶୁଖିଲାଣି ତଣ୍ଟି
ବାଟ ଚାଲିବାକୁ ସରିଲାଣି ମାଟି
ସବୁଜାଣୁ ତୁହି ତଥାପି ଜଣାଏ ତୋତେ ଗୁହାର
ଦୁଃଖନାଶନ ହେ ଜନନୀର ଦୁଃଖ କର ଦୂର।