STORYMIRROR

Debabrata Mishra

Abstract Action Classics

4  

Debabrata Mishra

Abstract Action Classics

ଦୁଃଖନାଶନ ହେ

ଦୁଃଖନାଶନ ହେ

1 min
262


ଲୁହକୁ ଆଦରି ହସକୁ ପାଶୋରି 

ଜୀବନ ଚାଲିଛି ନିଶ୍ୱାସକୁ ଧରି

ସଂସାର ମୋହରେ ସମୟ ସୁଅରେ

କରମର ଫଳ କିଏ କାହିଁ ଫେଡ଼ିବରେ

ତଥାପି ଆଶା ଟିକିଏ ମନରେ ଅଛି ମୋର

ଦୁଃଖନାଶନ ହେ ମୋର ଦୁଃଖ କି କରିବ ଦୂର ।


ବନ ପୋଡ଼ିଗଲେ ଜାଣନ୍ତି ସଭିଏଁ

ମନ ପୋଡ଼ିଗଲେ ଜାଣେନି କିଏ

ହତାଶ ନିରାଶ ବିଷାଦର ଫାଶ

ରଙ୍ଗହୀନ ପରା ଏ ଘର ଆକାଶ

ପ୍ରତି କ୍ଷଣେ କାନ୍ଦେ ଗୋପନେ ମା' ଟି ମୋର

ଦୁଃଖନାଶନ ହେ ମୋର ଦୁଃଖ କି କରିବ ଦୂର ।


କରମ କର୍ତ୍ତବ୍ଯ ଓ ସମ୍ପର୍କର ସ୍ନେହ

ଓଠେ ହସ ମିଛ ସତ ଆଖି ଲୁହ

ତୋତେ ଡ଼ାକିଡାକି ଶୁଖିଲାଣି ତଣ୍ଟି

ବାଟ ଚାଲିବାକୁ ସରିଲାଣି ମାଟି

ସବୁଜାଣୁ ତୁହି ତଥାପି ଜଣାଏ ତୋତେ ଗୁହାର

ଦୁଃଖନାଶନ ହେ ଜନନୀର ଦୁଃଖ କର ଦୂର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract