STORYMIRROR

Ajit Kumar Raut

Tragedy Inspirational

4  

Ajit Kumar Raut

Tragedy Inspirational

ଦୁଃଖିତ କରୁଛି ଅତି

ଦୁଃଖିତ କରୁଛି ଅତି

1 min
324


ବୁଲା କୁକୁରର ନାହଁ ଯେ ଆଦର

ଖାଲି ମାତ୍ର ତିରସ୍କାର ‌

କରି ଅଛି ଜାତ ସନ୍ତାନ ବହୁତ 

ବୁଲା ଏ ବୁଲି କୁକୁର !!


କେଉଁଠୁ ଆସିଲେ ବୁଲା ଏ କୁକୁରେ

ଭରି ଛନ୍ତି ଗାଆଁ ସାରା 

ପୌଷମାସ ଶୀତ ତାଣ୍ଡବ ଶୀତର

ଚିତ୍କାରରେ ଭୁଭୁ ଧରା !!


ସକାଳ ନ ହେଉ ବୁଲି ଯେ କୁକୁର

ବୁଲୁ  ଅଛି  ଘର  ଘର

ଆତୁରେ ଖୋଜୁଛି ଖାଇବା ଜିନିଷ

ଦେବସେ ସନ୍ତାନେ ତାର !!


ପାଉ ଅଛି ଯାହା ଶିଶୁକୁ ଦେଉଛି

ଚିନ୍ତା ଟି ସନ୍ତାନେ ତାର

ନେତ୍ରରେଦେଖୁଛି କଷ୍ଟକୁ ତାହାର 

କର ଦୂର ଚକ୍ରଧର !!


ତାର ପରିସ୍ଥିତି ନ ବୁଝେ ମାନବ

ମାଡ଼ ମାରୁ ଅଛି ଅତି 

ଫିଙ୍ଗି ଦିଏ ଦେହେ ଗରମ ଜଳକୁ 

ତିରସ୍କାର କରେ ନିତି !!


ତଥାପି ଆସୁଛି ଘର ମନୁଷ୍ୟର 

କର୍ତ୍ତବ୍ୟ ବୁଝିଛି ବୁଲି 

ମାତୃଧର୍ମତାର ବୁଝି ଅଛି ହୃଦେ 

ସହି କଷ୍ଟ ତିରସ୍କାର !!,


ଜୀବପ୍ରତି ଦୟା ମନୁଷ୍ୟ କର୍ତ୍ତବ୍ୟ

ମାନବ କିମ୍ପା ଭୁଲୁଛି ?

ଯାହାଅଛିଗୃହେ ଧର୍ମଅଟେଦେବା

ଜ୍ଞାନରେ ସବୁ ଜାଣୁଛି !!


କେଉଁ ମନୋବୃତ୍ତି ହେ ମନୁଷ୍ୟ ଜାତି

ଆଦର ପୋଷା କୁକୁର 

ଦେଉଛୁ ଭୋଜନ ରଖିଛି ଭଲରେ 

କରୁ ଶ୍ରଦ୍ଧା ଅତି ତାର !!


ବୁଲି କୁକୁରକୁ ବହିଷ୍କାର କିମ୍ପା?

ମାଡ଼ ତାକୁ ମାରୁ ଅଛୁ 

ମାଡ଼ ଖାଇ ପୁଣି ଆସୁଛି ଘରକୁ 

ହୀନ ଦୃଷ୍ଟିରେ ଦେଖୁଛୁ !!


ଶିଶୁର ପ୍ରୀତିରେ ତୋ ମାଡ଼ ଭୁଲୁଛି

କର୍ତ୍ତବ୍ୟ ମା'ର ବୁଝିଛି 

ନ ରୁହନ୍ତୁ ଶିଶୁ ଭୋକ ଉପାସରେ 

ମମତା ମା'ର କହୁଛି !!


ମନୁଷ୍ୟ ଜୀବନ ଦୁର୍ଲ୍ଲଭ ଜୀବନ

ପ୍ରେମ ପ୍ରୀତି ସେବା କର୍ମ 

ଅନ୍ନ ମୁଠି ଦିଅ ବୁଲି କୁକୁର କୁ

ବୁଲି ପାଳୁ ମାତୃ ଧର୍ମ !!


Rate this content
Log in

Similar oriya poem from Tragedy