ଦୁଃଖ
ଦୁଃଖ
ଗଢିଛ ଦୁନିଆଁ ଦେଇଛ ଦୁଃଖ
ଦେଇଥିବା ଦୁଃଖ ମୋ ପାଇଁ ସୁଖ
କରମ ଫଳ, ଭୁଞ୍ଜେ ମୋହର
ଦୁଃଖକୁ ମଣିବି କାହିଁକି ଦୁଃଖ ।
ଦୁଃଖ ସୁଖ ସବୁ ତୁମରି ଦାନ
ଦେହେ ଯେହ୍ନେ ବାୟୁ ପ୍ରାଣ ଅପାନ
ଛାଡି ହୁଏନା, ଜୀବନୁ ସିନା
ଦୁଃଖ ଦେଉ ଯେତେ ଜୀବନେ ଶୋକ ।
ଦୁଃଖ ବିନା ସୁଖ ବୁଝି ହୁଏନା
ସୁଖେ ଥିଲେ ମନ ପାଦ ଧ୍ୟାୟେନା
ଜୀବ ଅସାର, ବିନାରେ ତୋର
ବଡ କିଏ କହ ଦୁଃଖ ନା ସୁଖ ।
କୁନ୍ତୀ ମାଗିଥିଲେ ଗୋଟିଏ ବର
ଦୁଃଖେ କଟୁ ଥାଉ ଜୀବନ ମୋର
ଦୁଃଖେ ଭାବିବି, ତୋତେ ଡାକିବି
ତୋର ନାମେ ସିନା ବଇରୀ ସୁଖ ।
