STORYMIRROR

Sambit Srikumar

Tragedy Classics Inspirational

3  

Sambit Srikumar

Tragedy Classics Inspirational

ଦୁଃଖ

ଦୁଃଖ

1 min
179

ଦୁଃଖ କଅଣ?

ବାରେ ପଚାରି ବୁଝ,

ସନ୍ତାନ ହରାଇଥିବା

ସଦ୍ୟ ପ୍ରସବା ଜନନୀକୁ।

ସୁହାଗ ହରାଇଥିବା

ନବ୍ଯ ପରିଣିତା ରମଣୀକୁ।

ପରୀକ୍ଷାରେ ଅକୃତକାର୍ଯ୍ୟ

ହୋଇଥିବା ଚପଳମତି ଛାତ୍ରକୁ।

ଦାଦନ ଖଟିବାକୁ ଯାଇଥିବା

ପୁଅର ନିଃସହାୟ ମାଆବାପାଙ୍କୁ।

ଜନ୍ମରୁ ମାଆବାପାଙ୍କ ମୁହଁ

ଦେଖିନଥିବା ଅନାଥ ପିଲାକୁ।

ଦାରୁଣ ବିପର୍ଯ୍ୟୟରେ ଧୂଳିସାତ୍

ହୋଇଥିବା ବାପୁଡ଼ା ସର୍ବହରାକୁ।

ବିରହର ଦାବାନଳରେ ଦଗ୍ଧୀଭୂତ

ପରାହତ ଅସଫଳ ପ୍ରେମୀକୁ।

କ୍ଷମତା ଗାଦିରୁ ଅପସାରିତ

ହୋଇଥିବା ରଙ୍କୁଣା ଶାସକକୁ।

ଯୌବନର ମାଦକତା ହରାଇଥିବା

ବୟୋବୃଦ୍ଧ ସମ୍ଭୋଗୀ ରସିକକୁ।

ସୂର୍ଯ୍ୟାଲୋକ ଦେଖିନଥିବା

କାଳକୋଠରୀର ବିଚାରାଧୀନ ବନ୍ଦୀକୁ।

ବିନା ଦୋଷରେ ଦଣ୍ଡ ଭୋଗୁଥିବା

ନିରପରାଧ ନୀରିହ ସରଳ ଲୋକକୁ।

ଆଉ ଆସନ୍ନ ନିଶ୍ଚିତ ମୃତ୍ଯୁର

ଦିନ ଗଣୁଥିବା ରୋଗୀକୁ।

ଦୁଃଖ ତ ଦୁଃଖ

ପୁଣି ତା'ର କି ସଂଜ୍ଞା?

ସଭିଙ୍କର ଅଛି ଦୁଃଖ

କାରଣ ଭିନ୍ନ ଭିନ୍ନ

ଭାଷାରେ ବର୍ଣ୍ଣିବା କଷ୍ଟ

ଅନୁଭବୀ ହିଁ ଜାଣେ

ଦୁଃଖର ବ୍ଯଥା

ବେଦନାର ଅନ୍ତର୍ଦାହ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy