STORYMIRROR

Sunita Barik

Abstract

2  

Sunita Barik

Abstract

ଦୁଃଖ ନା ଦୁଃଖ ପରି ଆଉ କିଛି

ଦୁଃଖ ନା ଦୁଃଖ ପରି ଆଉ କିଛି

1 min
185

ମହଣ ମହଣ ଦୁଃଖ କୁ

ପିଠି ରେ ଲଦି

ନୀରବତା ର ସହ ତାକୁ

ବୋହି ଚାଲୁଥିଲା ବେଳେ

ତମେ ତାତ୍ସଲ୍ୟର ସହ କହିଲ

ଏସବୁ ତ ମୁଁ ସହଜରେ କରିଦେଇ ପାରେ

ଏଥିରେ ନୂଆ କଥା କ'ଣ?


ସତ କହିଲ

ଏଥିରେ ନୂଆ କିଛି ନାହିଁ

ଏ ଏକ ସହଜ ସାଧ୍ୟ ବ୍ୟାପାର


କିନ୍ତୁ ମୁଁ ନିରୂପାୟ

ତୁମ ପ୍ରଶ୍ନର ଉତ୍ତର ଫେରେଇବାକୁ


କି ଅବା ଉତ୍ତର ଦେଇ ଥାଆନ୍ତି ତୁମକୁ


ତୁମେ ଭାବିପାର ଏଇଟା ମୋ ଅସହାୟତା

ନଚେତ୍ ଜାଣି ବି ଅଜଣା ହେବାର ଵାହାନା


ସତ କହୁଚି ଏସବୁ କୁ ବୋହିଲାଵେଳେ

ଅଣ୍ଟା ସଳଖି ହୁଏନି କି

ନିଜ ପାଇଁ ସମୟ ବାହାର କରି ହୁଏନି


ସମସ୍ତ ଙ୍କ ଇଛା ଅନିଚ୍ଛା କୁ

ସଜାଡୁ ସଜାଡୁ ସୁଖ ତା ରାସ୍ତା

ଅତିକ୍ରମ କରି ଆଉ କାହାର ହୋଇସାରିଥାଏ


ଅବୁଝା ଆଉ ରୋକି ପାରୁ ନଥିବା ବୟସ ଟା

ତା ବାଟ ଭାଙ୍ଗି ଚାଲି ଯାଇ ଥାଏ


କଡ଼ ଲେଉଟେଇ ଦେଖିଲା ବେଳକୁ

ସବୁ ଚିହ୍ନା ମୁହଁ ଅଚିହ୍ନା ହୋଇ ସାରିଥାଏ

ପଛରେ କେବଳ ଛାଡ଼ି ଯାଇଥାଏ

ସ୍ମୃତି ର ପଦ ଚିହ୍ନ କୁ


ତଥାପି ମୂହୁର୍ତ୍ତ ମାନଙ୍କୁ ପୁଟୁଳି କରି

ପିଠି ରେ ଲଦି ଜିଇଁ ବାକୁ ହୁଏ

ବାକି ଥିବା ବଳକା ଆୟୁଷ ସଵୁକୁ଼                     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract