STORYMIRROR

Santanu kumar Meher

Romance

3  

Santanu kumar Meher

Romance

ଦର୍ପଣ

ଦର୍ପଣ

1 min
381


ଦର୍ପଣ ସମ୍ମୁଖରେ ବସି

ନିଜର ଯୌବନକୁ

ତନତନ କରି -ପରଖୁ ପରଖୁ

ସମୟ ସମୟର ବ୍ୟବଧାନରେ ବି

ଅନେକ କିଛି ଅଜ୍ଞାନ୍ତେ

ଅତିବାହିତ ହୋଇଯାଏ 

ମୁହୂର୍ତକ ଛାଇରେ


ନିଜକୁ ପଚାରୁ ପଚାରୁ

ନେତ୍ର ବି ଛଳ ଛଳ ହେଉଥିଲା

ଏକାନ୍ତ କୋଠରୀ ଭିତରେ

ସବୁ ଜାଣିବା ସତ୍ତ୍ୱେ ମୁଁ

ନିଜେ ନିଜର ପ୍ରତିଛବିକୁ

ସ୍ପର୍ଶ କରିବାକୁ ଭୟ ଲାଗେ

ଅଜବ ଏକ ଛାଇରେ


ଯେବେ ବି

ନିଜେ, ନିଜର ଦୁଃଖକୁ ବୋହି

ସୁଖର ହାଟରେ

ଯୌବନର ସଉଦା 

କରି ବସେ ହାରିଯାଇ

ଏ ଦୁନିଆ ଦର୍ପଣ ତାକୁ

ଦେଖେଇ ଦିଏ 

ନିରୋଳା ଲୁହରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance