ଦୋନାବୋଡ଼ିଆ ନୀତି
ଦୋନାବୋଡ଼ିଆ ନୀତି
କବିତା - ଦୋନାବୋଡିଆ ନୀତି
ରଚନା - ପଞ୍ଚାନନ ଜେନା
ତାରିଖ -୨୦-୦୮-୨୦୨୫
+++++++++++++++
ମନରେ ପ୍ରଶ୍ନ ଉଠେ
ଥରେ ନୁହଁ ଅନେକ ଥର
ଦୋନାବୋଡିଆ ନୀତି ନିୟମ ଲୋକେ
କାହିଁ ଦେଖାନ୍ତି କରନ୍ତି ଥରକୁ ଥର
ଭାବିନିଅ
ଲୋକେ ଘଣ୍ଟା ଘଣ୍ଟା
ରେଳ ଷ୍ଟେସନରେ ଅପେକ୍ଷା କରୁଥିବେ
ବିଳମ୍ବ ଟ୍ରେନ ପାଇଁ ମନେ ମନେ ରାଗୁଥିବେ
ରେଳ ବିଭାଗ
ଭାରତ ସରକାର
ରେଳ ମନ୍ତ୍ରୀ ଓ ଡ୍ରାଇଭରକୁ
ଉନ୍ନତ ମାନର ବିଶେଷଣ ଲଗେଇ
ନୀରବରେ ଶୁଣେଇ ଚାଲିଥିବେ
ଭାରତୀୟ ରେଳ
ବିଳମ୍ବ ହେବାରେ ରହିଛି ମୂଳ
କିନ୍ତୁ ସେହି ସମାନ ମଣିଷ
ଟ୍ରାଫିକ୍ ସିଗ୍ନାଲରେ
ଗୋଟିଏ ମିନିଟ ବି ଅପେକ୍ଷା କରିପାରିବନି
କୁଆଡ଼େ ଜରୁରୀ କାମ ଅଛି
ନ ପହଞ୍ଚିଲେ କୁଆଡ଼େ ସବୁ ଓଲଟ ପାଲଟ
ହେଇଯିବ
ଇତ୍ୟାଦି ଇତ୍ୟାଦି
ମାତ୍ର କାହିଁକି ?
ଭାବିନିଅ
ଲୋକେ ପାଣି ବୋତଲ
କୋଡିଏ ଟଙ୍କା
ଠଣ ଠଣ ଗଣିଦେଇ ପିଉଥିବେ
ମାତ୍ର ସେହି ସମାନ ମଣିଷ
କ୍ଷୀର ବୋତଲ କିଣିବା ବେଳକୁ
କେତେ ପ୍ରଶ୍ନ ପଚାରୁ ଥିବେ
ମାତ୍ର କାହିଁକି ?
ଲୋକେ ଅନ୍ ଲାଇନରେ କିଣୁଥିବେ
ଫ୍ଲିପ୍ କାଟ୍ ଆମାଜନ୍ ରେ ବୁକ୍ କରୁଥିବେ
ଫେରସ୍ତ ବି କରୁଥିବେ
ପଇସା ପୈଠ ବି ତୁରନ୍ତ କରୁଥିବେ
ମାତ୍ର ସେହି ସମାନ ମଣିଷ
ରାସ୍ତା କଡ଼ରେ ବିକୁଥିବା ସାଧାରଣ ଦୋକାନୀ
ଠେଲା ଗାଡିରେ ବୁଲା ବିକାଳିମାନଙ୍କ
ସହିତ
ଏତେ ଦର କଷା କଷି ପାତର ଅନ୍ତର
ଏତେ ବାକ୍ ବିତଣ୍ଡ ଜବରଦସ୍ତି ବିଚାର
ଏତେ ରଞ୍ଜଘସ୍ ତର୍କ ବିତର୍କ ଆଚାର
ମାତ୍ର କାହିଁକି ?
ଅସାଧାରଣ ପାରଦର୍ଶିତା ପାଇଁ
ସାଧାରଣ ଉପରେ ହାକିମାତି
ବଡ଼ ବଡିଆଙ୍କ ଆଗରେ
ସଭ୍ୟ ଖୋଳପା
ଆବରଣ ନିହାତି
ଆଚରଣ ଉଚ୍ଚାରଣରେ ବିଭେଦ ଅତି
ମାତ୍ର କାହିଁକି ?
ପଚାରୁଛି ସ୍ବାଧୀନ ଭାରତର ନାଗରିକ
ଉତ୍ତର କହିବେ କି ?
