ଦୋଳି
ଦୋଳି
ଆମ୍ବ ତୋଟା ପଟା ଦୋଳି
ପୁଅ ଝିଅ ଙ୍କର ଲାଗିଛି ମେଳି
ତୋଟାଟା ପଡେ ଉଛୁଳି ।
ଆସିଛି ମୋ ଭାଇ ଶାଳୀ
ରୂପଟା ତାହାର କେଡ ସୁନ୍ଦର
ଦେହ ରଙ୍ଗ ଟିକେ କାଳୀ ।
ଶିଆଳି ଲତାରେ ଦୋଳି
କହୁଛି ସେଇଠି ଖେଳିବା ଦୋଳି
ଝୁଲି ହେବା କୋଳା କୋଳି ।
ନଦୀ ପଠା ଜାମୁ କୋଳି
ମୋତେ ସେ ଡାକୁଛି ସେଠାକୁ ବୁଲି
ଗଛୁ ଦେବି କୋଳି ତୋଳି
ଅଗଣା ଦଉଡ଼ି ଦୋଳି
କେବେ କେବେ ତହିଁ ପଡୁଛି ଝୁଲି
ହସୁଥାଏ ଖିଲି ଖିଲି ।
ବାଉଁଶ ପତର ସରୁ
ତାକୁ ନେଇ ଯିବି ସମ୍ଵଲପୁରୁ
ଗୁଣ୍ଡିଚା ଯାତରା ସରୁ ।
କଟକର ତାରକସି
ତାକୁ କିଣି ଦେବି ଟିକି ଆରିସି
ମଥା ଖାଙ୍କୁଥିବ ବସି ।
ଛକରେ ଘୁରଣ ଦୋଳି
ଗାଆଁର ମାଇପେ ଝୁଲନ୍ତି ସେଠି
ମିଣିପେ ଦେଖନ୍ତି ଖାଲି ।
ଓଡା ପଦା ଖମ୍ବ ଦୋଳି
ଖମ୍ଵରେ ଲାଗଛି ଲମ୍ବା ବହାଲ
ଭକତେ ପଡନ୍ତି ଝୁଲି ।
