ସତ୍ୟ ଭଙ୍ଗ ଓ ଚୋରି କରିବା ଫଳ
ସତ୍ୟ ଭଙ୍ଗ ଓ ଚୋରି କରିବା ଫଳ
ପୂରୁବ ଜନମେ ହୋଇ ଜୀବ ଟିଏ
ମଣିଷ ଯୋନିରୁ ଜାତ,
ହୋଇଣ ମଣିଷ କରୁଥିଲା ଚୋରି
ହୋଇ କୌତୁହଳ ସେତ ।
କଲା ଚୋରି ଦିନେ ବ୍ରାହ୍ମଣର ଖାଦ୍ୟ
ବସି ଖାଇ ଦେଲା ସେହି,
ଭକ୍ଷଣ କରିଲା ଭୋଗ ଫଳ ସର୍ବ
ଥିଲା ଠାକୁର ଙ୍କ ପାଇଁ ।
ପର ଜନ୍ମେ ପୁଣି ଜନମ ହୋଇଲା
ବାନର ଯୋନିରେ ଯାଇ,
ପୂର୍ବ ଜନ୍ମ କଥା ମନେ ପଡି ଯାଏ
ମର୍କଟ ଶରୀର ପାଇ ।
ପୂର୍ବ ଜନ୍ମେ ଥିଲା ବନ୍ଧୁଟେ ତାହାର
ସତ୍ଯ ଭଗ୍ନ କରୁଥାଏ,
ଏ ଜନ୍ମରେ ସିଏ ଶୃଗାଳ ହୋଇଣ
ପଚା ମାଂସ ଖାଇ ଯାଏ ।
ସଂଯୋଗ ବଶତଃ ଦୁଇ ବନ୍ଧୁଙ୍କର
କୁରୁକ୍ଷେତ୍ରେ ଦେଖା ହେଲା ,
ଆନ ଅନ୍ଯେ ତାଙ୍କ ପୁରୁଣା ପାପକୁ
ମନରେ ପକାଇ ଦେଲା ।
ଦୁଇ ବନ୍ଧୁ ମିଶି ସେହି ଠାରେ ବସି
ଅନୁତାପ କରୁଥିଲେ ,
ଶରସଜ୍ଯା ପରୁ ପିତାମହ ଭୀଷ୍ମ
ସେ ଦୃଶ୍ୟକୁ ଦେଖି ଦେଲେ ।
କଥା ଛଳେ ଦିନେ ପିତାମହ ଭୀଷ୍ମ
ପାଣ୍ଡବଙ୍କୁ କହିଥିଲେ,
ପାଣ୍ଡବ ସହିତ ସମାଜକୁ ମଧ୍ୟ
ବାରତାଟି ଦେଇ ଗଲେ ।
ସତ୍ୟ ଭଙ୍ଗ କଲେ ଦେବ ବ୍ରାହ୍ମଣଙ୍କ
ସମ୍ପତ୍ତି ଚୋରାଇ ଥିଲେ,
ମହା ପାତକରେ ପଡନ୍ତି ସମସ୍ତେ
ଏହା ଜାଣିଥାଅ ଭଲେ ।।
