Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jayashree Maharana

Children

4  

Jayashree Maharana

Children

ନିର୍ମଳ ଗ୍ରାମ

ନିର୍ମଳ ଗ୍ରାମ

1 min
309


ଆସରେ ସଭିଏଁ ଭଉଣୀ ଭାଇ

ନିରିମଳ ଗ୍ରାମ ଗଠନ ପାଇଁ ।


ଗାଆଁ ସାରା ଯେତେ ଖାଲୁଆ ସ୍ଥାନ

ମାଟିପୋତି କରିଦେବା ସମାନ ।


ଅନାଵନା ଘାସ ଉପାଡି ଦେବା

ଚାରାଗଛ ଆଣି ଲଗେଇଦେବା ।


ପ୍ରତିଦିନ ଆମେ ଯତନ ନେବା

ସବୁଜ ସୁନ୍ଦର ଗାଆଁ ଗଢିବା ।


ଏଣେତେଣେ ଝାଡା ଫେରିବା ନାହିଁ

ରୋଗର ପ୍ରଧାନ କାରଣ ସେହି ।


ପାଇଖାନା ବ୍ୟବହାର କରିବା

ନିରୋଗ ସବଳ ଆମେ ରହିବା ।


ପଲଥିନ ପରା ଆମରି କାଳ

ମାଟିରେ ନମିଶେ କମାଏ ବଳ ।


ତାର ବ୍ୟବହାର ନକରି ଜମା

ନଚେତ ପ୍ରକୃତି ନଦେଵ କ୍ଷମା ।


ଗାଆଁ ପରିମଳ ଧୋବା ତୁଠରୁ

ପ୍ରମାଣିତ କରିଦେବା କାର୍ଯ୍ୟରୁ ।


ହାତକୁ ହାତରେ ମିଶାଇ ଆସ

ନିରିମଳ ଗ୍ରାମ ଗଢିବା ଆସ ।



Rate this content
Log in