Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bulu Behera

Inspirational Children

4  

Bulu Behera

Inspirational Children

କିଏ , ତୁମ ପରି ଛୋଟ ଝିଅଟିଏ ?

କିଏ , ତୁମ ପରି ଛୋଟ ଝିଅଟିଏ ?

1 min
355


ଝିଅଟିଏ ଥିଲା ତୁମ ପରି

କବିତା ଲେଖାରେ ମନ ଭlରି l

କି ଦିନ କି" ରାତି ଜାଣୁ ନ ଥାଏ ସେ

ଲେଖୁଥିଲା ବସି ଖାତା ଧରି l (1)


         ପାଠ ପଢ଼ାରେ ସେ ଥାଏ ରତ

          ବେଳ ପାଇଲେ ବୁଲେ ଇତଃସ୍ତତ l

          କି ସୁନ୍ଦର ଫୁଲ ଚଢେଇକୁ ଦେଖି

          ଲେଖି ପକାଏ ସେ କେତେ ଗୀତ l (2)


ଝିଅ ମନ କଥା ଜାଣି ମାତ

କରନ୍ତି ସର୍ବଦା  ଉତ୍ସାହିତ l

ଝିଅ ମୋର ଭଲ ଗଣିତ ଜାଣୁ

ଏ କଥା ଚାହାଁନ୍ତି ତାଙ୍କ ତାତ l (3)

           

           କେତେ ଖଣ୍ଡ ଅଙ୍କ ପିତା ଦେଲେ

           କଷିବା ପାଇଁ ଧମକାଇଲେ l

           ଅଙ୍କ ନ କଷି ବହି ପଢ଼ିବାରୁ

           କୋଠରୀରେ ତାକୁ ବନ୍ଦି କଲେ l(4)


ବାପାଙ୍କ କଥା ପାଣିରେ ଗାର

ଲେଖିଲା କବିତା ଅତି ସୁନ୍ଦର l

କବାଟ ଖୋଲି ବାପା ଦେଖିବାରୁ

ପାଣି ଫାଟିଗଲା ରାଗ ତାଙ୍କର l(5)


           ସେ ଝିଅଟି ଯେବେ ବଡ ହେଲା

            ସାରା ପୃଥିବୀରେ ନାଆଁ କଲା l

            ପ୍ରାଚ୍ୟ ଜଗତର କୋକିଳ ଆଉ

           ବୁଲବୁଲ ନାମେ ଖ୍ୟାତ ହେଲା l(6)

                      

ଯୋଗ ଦେଲେ ମୁକ୍ତି ସଂଗ୍ରାମରେ

ଗାନ୍ଧୀଙ୍କ ସହ ଆନ୍ଦୋଳନରେ l

ମୁଖ୍ୟ ନେତ୍ରୀ ରୂପେ ନେତୃତ୍ୱ ନେଇ

ସ୍ୱାଧୀନତା ଆଣିଥିଲେ ଦେଶରେ l (7)


ମୁକ୍ତି ହେଲା ପରେ ଆମ ଦେଶ

ରାଜ୍ୟପାଳ ହେଲେ ଉତ୍ତର ପ୍ରଦେଶ l

ପ୍ରଥମ ମହିଳା ରାଜ୍ୟପାଳ ରୂପେ

ରଖିଗଲେ  ଯୁଗଯୁଗକୁ  ଯଶ l (8)


କିଏ ଜାଣିଅଛ ତାଙ୍କ ନାଆଁ,

ବରଦା ସୁନ୍ଦରୀ ଅଟେ ମାଆ l

ଅଘୋର ନାଥ ପିତା ଯେ ତାଙ୍କର

ରାଜେନ୍ଦ୍ରଙ୍କୁ ହୋଇଥିଲେ ବାହା l (9)


ତାଙ୍କ ଦେଶ ପ୍ରୀତି ସ୍ୱାଧୀନତା

ମହନୀୟ ଇଂରାଜୀ କବିତା l

ମରିଯାଇ ସେ ଅମର ହୋଇଲେ

ଗାଉଥିବ ଦେଶ ତାଙ୍କରି ଗାଥା l (10)

 


Rate this content
Log in

Similar oriya poem from Inspirational