Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumanta behera

Inspirational Children

4.5  

sumanta behera

Inspirational Children

ବିଫଳତା

ବିଫଳତା

1 min
413


ବିଫଳତା ଅଟେ ପ୍ରଥମ ପାହାଚ

   ସଫଳ ହୋଇବା ପାଇଁ ।

ତାକୁ ଚଢ଼ି ଯେବେ ଆଗକୁ ବଢ଼ିବା

   ମନରେ ହରଷ ହୋଇ ।।


ସଫଳତା ପାଖେ ନିଶ୍ଚେ ପହଞ୍ଚିବା

   ଏଥିରେ ସନ୍ଦେହ ନାହିଁ ।

ବିଫଳତା ପାଇଁ କାହିଁ ମନଦୁଃଖ

   କରୁଅଛ ଆହେ ଭାଇ ।।


ଦେଇଅଛି ବହୁ ମୂଲ୍ୟବାନ ଶିକ୍ଷା

   ଏହି ବିଫଳତା ଆମ ।

କାର୍ଯ୍ୟ କରିବାକୁ ମନରେ ଆଗ୍ରହ

   ହୃଦୟେ ଭରିଛି ପ୍ରେମ ।।


ଶିଖାଇଦେଇଛି ସମୟ ଜ୍ଞାନ ସେ

   ଶିକ୍ଷାର୍ଥୀ ମାନଙ୍କ ଧର୍ମ ।

ପ୍ରେରଣା ଦେଇଛି ସଠିକ୍ ସମୟେ

   କରିବାକୁ ନିଜ କର୍ମ ।।


ନିଜ କାର୍ଯ୍ୟ ପ୍ରତି କଲେ ଅବହେଳା

   ଜଗତେ ହସିବେ ଜନ ।

କାର୍ଯ୍ୟରେ ବିଫଳ ନିଶ୍ଚିତ ହୋଇବା

   ଦେଇଅଛି ଏହି ଜ୍ଞାନ ।।


ତଥାପି କାହିଁକି ମନେ ଅବଶୋଷ 

   ଦୁଃଖ ଦିଅ ତୁମେ ହରି ।

ଆଗାମୀ ଦିନରେ ସଫଳ ହୋଇବା

   ଏହି ଶିକ୍ଷା ଲାଭ କରି ।।


Rate this content
Log in

Similar oriya poem from Inspirational