Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanduri Charan Rout

Children

4.4  

Kanduri Charan Rout

Children

ଆମେ ପଢିବା ଆମେ ବଢିବା

ଆମେ ପଢିବା ଆମେ ବଢିବା

1 min
310



ମନ ଲଗାଇ ପଢିବା ପାଇଁ

ଶପଥ ଆମେ ନେବା

ଛାତି ଫୁଲାଇ ମାଟି ମାଆର

କରିବା ଆମେ ସେବା ।

ଉନ୍ନତି ପଥେ ବଢିବା ଆମେ

ଗରବେ ଟେକି ମଥା

ଇତିହାସରେ ରହିବ ସିନା

କାଳ କାଳକୁ କଥା ।

ପରିବେଶକୁ ସଫା ରଖିବା

ଲଗାଇ ବୃକ୍ଷରାଜି

ସଚେତନତା ସୃଷ୍ଟି କରିବା

ସ୍ବେଚ୍ଛାସେବକ ସାଜି ।

ସୁସ୍ଥ ସମାଜ ଗଢିବା ଆମେ

ଯେଉଁଠି ଥିବ ସୁଖ

ନ ଥିବ ସେଠି ପର ଆପଣା

ନ ଥିବ କା'ର ଦୁଃଖ ।

ଆମରି କୁନି ହାତ ଛୁଆଁରେ

ହସିବ ସୁନାକ୍ଷେତ

ମନ ଖୁସିରେ ଉଡ଼ୁଥିବଟି

ଆମ ତିରଙ୍ଗା ନେତ ।

ପହରା ଦେବା ଦେଶ ସୀମାରେ

ସବୁ ବିପଦ ସହି

ଦେଶ ଭିତରେ ଆମରି ଲୋକେ

ନିଶ୍ଚିନ୍ତେ ଥିବେ ରହି ।

ହସିହସିକା ଜୀବନ ଦେବା

ଆମରି ଦେଶପାଇଁ

ସପନ ଆମ ସାକାର ହେବ

ସାହା ଜଗତ ସାଇଁ ।।


Rate this content
Log in

Similar oriya poem from Children