Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nirupama Dehuri

Tragedy

4  

Nirupama Dehuri

Tragedy

ଦୋଛକିରେ ଜୀବନ

ଦୋଛକିରେ ଜୀବନ

1 min
233


କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀହୋଇ

ସ୍ବାମୀ କନ୍ୟା ଦ୍ବୟଙ୍କୁ ଛାଡ଼ି

ରାତ୍ରୀର ଅନ୍ଧାରରେ

ଏରୁଣ୍ଡି ବନ୍ଧ ଡେଇଁଲା

ଅନ୍ୟ ପୁରୁଷ ପାଇଁ ।


ଭୁଲି ଗଲା ବାତ୍ସଲ୍ୟ ମମତା

ମାଆର କୋମଳ ହୃଦୟ

ସ୍ବାମୀଙ୍କ ପ୍ରତି ଥିବା କର୍ତ୍ତବ୍ୟ

ଦୁହିତା ଦୁଇ କୂଳ ହିତା

ଏ କଥା ଭୁଲିଗଲା ।


ଏମିତି କିଏ ବା ଅଛି

ଦୁଇ ସନ୍ତାନ ର ଜନନୀ

ବିବାହିତ ନାରୀକୁ

ଶଙ୍ଖା ସିନ୍ଦୁର ପିନ୍ଧାଇ

କୂଳ ବଧୂର ମାନ୍ୟତା ଦେବ ।


ପାହାଡ଼ ପରି ଥିବା ଆଶା

ଭାଙ୍ଗି ଚୂରମାର ହେଲା

ବିବାହ ପ୍ରଲୋଭନ ଦେଖାଇ

ଥିବା କାମୁକ ପୁରୁଷ

ଲଜରେ ରଖି ଟଙ୍କା ରୋଜଗାରର

ରାସ୍ତା ତିଆରି କଲା ।


ସବୁ ଆଶା ପାଣି ଫୋଟକା ସମ

ମିଳାଇ ଗଲା 

ଚାରିପାଖ ଅନ୍ଧାର

ବ୍ୟାକୁଳିତ ମାଆର ମମତା

ଟାଣି ଆଣିଲା ସ୍ବାମୀ ଗୃହ ।


କିନ୍ତୁ ସବୁ ଶେଷ ହୋଇଥିଲା

ସ୍ବାମୀ ପରିବାର

କେହି ଆପଣାଇ ନ ଥିଲେ

ଦୋଚାରୀ କହି ଘରୁ ତଡ଼ି ଥିଲେ

ନିଷ୍ପାପ କନ୍ୟା ଦ୍ବୟ ରାହା ଧରି

କାନ୍ଦୁଥିଲେ ମାଆକୁ ଦେଖି ।


ଭଙ୍ଗା ହୃଦୟ ନେଇ

ବାହୁଡ଼ିଲା ପିତା ଗୃହ

ଚାହିଁଲେ ବି ପିତାମାତା

ପରିବାର ର ଅନ୍ଯ ସଦସ୍ୟ

ଗ୍ରହଣ କରି ନ ଥିଲେ ।


ପଶ୍ଚାତାପର ନିଆଁରେ

ଆଇନର ଆଶ୍ରୟ ନେଲା 

ନାରୀ ମୋର୍ଚ୍ଚା ସଂଗଠନ ସହାୟତାରେ

ତିନି ବର୍ଷର ଝିଅକୁ 

ମାଆକୁ ସମର୍ପି ଦେଲେ ।


ଜୀବନର ଦୋଛକି ରାସ୍ତାରେ

ଠିଆ ହୋଇ

ଆଖିର ଲୁହରେ

ଓଠର ଶୋଷ ମେଣ୍ଟାଇ

ଘୃଣ୍ୟ ଉପେକ୍ଷିତ ଭାବରେ

ବଞ୍ଚିବାର ପ୍ରୟାସ ଜାରି ରଖେ

ନା ସ୍ବାମୀ ଗୃହ ନା ପିତା ଗୃହ

ଦୁଇ କୂଳରୁ ଦୂରେ

ତ୍ରିଶଙ୍କୁ ଅବସ୍ଥାରେ ।



Rate this content
Log in

Similar oriya poem from Tragedy