STORYMIRROR

Hasyamayee Raj

Romance Inspirational

4  

Hasyamayee Raj

Romance Inspirational

ଦଂପତି

ଦଂପତି

1 min
23K

ଦଂପତି ଏକ ଶବ୍ଦ ନୁହେଁ

ଜୀବନର ଶବ୍ଦକୋଷ

ପରିବାର ମୂଳପିଣ୍ଡ

ବିନ୍ଦୁ ବିନ୍ଦୁ ସ୍ଵପ୍ନକୁ ସାଉଁଟି

ଯେ ନୂତନ ସୃଷ୍ଟିକୁ

ଦିଏ ଜୀବନ୍ୟାସ ।


ଜାୟା ବିନା ପତି

ପତି ବିନା ଜାୟା

ଦୁହେ ଦୁହିଁଙ୍କ ପାଇଁ

ଏ ସୃଷ୍ଟିର ଶୃଙ୍ଖଳିତ ସ୍ବର

ଏକ ପାଇଁ ଆନ ଯେ ଅନନ୍ଯ

ଏକ ବିନା ଆନର ଜୀବନ 

ଲାଗେ ଦିଶାହୀନ ଅନ୍ଧକାର

ଦୁହିଁଙ୍କ ଅମୂଲ୍ୟ ଦାନରେ

ଗଢିଉଠେ ପୂଣ୍ୟ ପରିବାର ।।


ଦମ୍ପତି ପବିତ୍ରତାର

ଏକ ପୂଣ୍ୟ ପ୍ରବାହ

ଯାହା ବହୁଥାଏ ଭିଜେଇ

ସାରା ପରିବାର

ତା ସହ ମିଶୁଥାଏ ଅସରନ୍ତି ଧାର

ଯାଉଥାଏ ଆଗକୁ ଆଗକୁ

ବୁହେଇ ବୁହେଇ

ସ୍ନେହ ପ୍ରେମ ମମତାର ବାରି ଧାର 

ସେଇ କ୍ଷୁଦ୍ର ଧାର ସ୍ରୁଷ୍ଟିକରେ

ଏକ ପୂଣ୍ୟ ପାରାବାର ।।


ଜାୟାରୁ ଜନନୀ

ପତିରୁ ପୂଣ୍ୟପ୍ରାଣ ପିତା

କେତେ ମିଠା ତାର ବାସ୍ନା

ମହାନ୍ ତା ଭବ୍ଯ ପରିଭାଷା

ଭରୁଥାନ୍ତି ଜୀବନର ଅସରନ୍ତି ଆଶା

ବିଶ୍ବାସକୁ କରିଥାନ୍ତି ଭାଷା

ମର୍ତ୍ତ୍ୟରେ ତୋଳନ୍ତି ଘର

ସତେ ସରଗର

ତେଜିଦେଇ ସକାଳ ନିରାଶା ।।


Rate this content
Log in

Similar oriya poem from Romance