STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଦନେଇ ନନାର ଲୁହ

ଦନେଇ ନନାର ଲୁହ

1 min
204


ଦନେଇଟା ଯେବେ ଯୁବକ ଥିଲା

ଝିଅ ଓ ବୋହୂଙ୍କୁ ନଜର କଲା।

ଝୁଣିକି ଖାଇଲା ସାଇତା ଧନ

ହତ୍ଯା କରିଲା ବି କେତେ ଯେ ଭୃଣ।

ଝିଅଙ୍କୁ ଦେଖିଲେ କାମନା ବଢେ଼

ନିଆଁ ହୃଦୟେରେ ଅନନ୍ତ ଚଢେ଼।

ସମୟ ସୁଅରେ ଦନେଇ ନନା

ବିବାହ କରିଲା ଦେଖିକି ସୁନା।

ଅଭିଶାପ ପାଇ ଗଲାକି ବୋଧେ

ନିଜ ଝିଅ ଦେଖି ତା' ମୁଣ୍ଡ ବିନ୍ଧେ।

ପୁଅର ଲକ୍ଷ୍ଯରେ ଡର୍ଜନେ ପାର

ଗଦେଇ ଦେଇଛି ଘରେ ତାହାର।

ଆଜି ତା'ର ଝିଅ ବଡ଼ ହେଲେଣି

ବିବାହର ବିନା ସବୁ ବାୟାଣୀ।

କିଏ ଧରି ପଳା କିଏ ବୁଲୁଛି

ପର ପୁରୁଷଙ୍କୁ ତୃପ୍ତି ଦେଉଛି।

ଦଳେଇ ନିଜର କର୍ମର ଫଳ

ନିଜକୁ ଭାବିଲା ଝିଅ ତା' କାଳ।

ପର ଝିଅଙ୍କର ସାଇତା ଧନ 

ଲୁଟିବାରୁ ଆଜି ଭୋଗୁଛି ପ୍ରାଣ।

ଦନେଇର ଆଖି ଲୁହରେ ଭରା

କୁକର୍ମର ଫଳ ହାତରେ ଧରା।

   


Rate this content
Log in

Similar oriya poem from Abstract