Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Abstract Tragedy Action

4.0  

Gangotri Priyadarshini

Abstract Tragedy Action

ଦନାର ମାଝି

ଦନାର ମାଝି

1 min
240



ଗରିବ ଯେବେ ଇତିହାସ ପାଲଟି ଯାଏ

ଯେବେ ତା ସଂସାର ଉଜୁଡି ଯାଏ

ତା ଦୁଃଖ ପେଡ଼ି ଯେବେ ଚର୍ଚ୍ଚା ପାଲଟି ଯାଏ

ଗରିବ ର ସ୍ତ୍ରୀ ଯେବେ ଖଟିଆ ରେ ବୁହା ହୁଏ

ଯେବେ ତା ଭିଟା ମାଟି ସାହୁକାର ପାଖେ ବନ୍ଧା ପଡେ !

ଗରିବ ଯେବେ ଖାଦ୍ୟାଭାବ ରୁ 

ଆମ୍ବ ଟାକୁଆ କୁଟି ଖାଏ

ଯେବେ କେତେ ଟା ଟଙ୍କା ବଦଳରେ

ଛାତିରେ ପଥର ରଖି

ନିଜ ଅନ୍ତ ଚିରି ଜନ୍ମିତ ଶିଶୁ ବିକ୍ରିକରେ !

ଯେବେ ସମସ୍ତେ ସମବେଦନା ଜଣାନ୍ତିି

ସତରେ କଣ ଭାଗ୍ୟ ବଦଳି ଯାଏ ଗରିବ ର...

ଅଭାବ ତ ପିଢ଼ି ପରେ ପିଢ଼ି କ୍ରମାନ୍ୱୟରେ ଚାଲେ

ଗରିବ ର ମୃତା ସ୍ତ୍ରୀ କଣ ଭାଗ୍ୟ ବଦଳେଇ ପାରେ

ନା ନା ସବୁତ ପ୍ରହସନ !

କାହୁଁ ପାଇବେ ଦାନ ମାଝୀ ଭଳି ଭବିତଵ୍ୟ 

ଗରିବ ତ ମଣିଷ ର ଅବସ୍ଥା ନୁହେଁ ଉପାଧି ବୋଧେ

ତଥାପି ମଣିଷ ବଞ୍ଚିବ

ତିଳ ତିଳ ହେଇ ମରୁ ପଛେ

ସେ ପଛୁଆ ବର୍ଗ ର ପାଦ ମଣ୍ଡନ କରିବ

ଗରିବ ଗରିବ ହେଇ ରହିବ

ଗରିବ ଗରିବ ହେଇ ରହିବ !



Rate this content
Log in

Similar oriya poem from Abstract