STORYMIRROR

Sasmita Mohapatra

Abstract Others

3  

Sasmita Mohapatra

Abstract Others

ଦଲକାଏ ସ୍ବପ୍ନ

ଦଲକାଏ ସ୍ବପ୍ନ

1 min
250


ଏ ବଡଲୋକର ଦୁନିଆରେ

କ'ଣ ମନା ସ୍ବପ୍ନ ଦେଖିବାକୁ। ?

ସ୍ବପ୍ନ ସବୁ ଉଡିବୁଲେ

ମନବନ ଫୁଲବଗିଚାରେ

"ଗରୀବର ତେଜରାତି

ପୁଡିଆ ଭିତରେ

ଦୁଇ ଟଙ୍କା ତେଲ, ଲୁଣ, 

ଆଳୁ,ଡାଲି, ନାଲି ଚାଉଳରେ

ସେ ବି ତ ସ୍ବପ୍ନ ଦେଖୁଥିଲା 

କୁନି ହାତ ,କଅଁଳ ମନରେ

କେତେବେଳେ ଆଖି

ଦେଖୁଥିଲା ସ୍ବପ୍ନ

ସେ ନୀଳ କୋଠା,

ରେଶମ ଶେଜର

ଯଦି ସେ ଜନ୍ମ ହୋଇଥାନ୍ତା

ବାବୁ ଘରେ, "ସୁଖ"ପଲଙ୍କରେ

ଚାକର, ପୂଜାରୀ ହାତେ

କ୍ଷୀର ପିଉଥାନ୍ତା   

ରୂପା ଗିନା, ସୁନା ଚାମଚରେ

ବୁଲୁଥାନ୍ତା ଆୟା ସଙ୍ଗେ

ଠେଲା ଗାଡି, ସନ୍ଧ୍ୟାର ପାର୍କରେ

ସେ ବି ଖେଳୁଥାନ୍ତା

ଚାବିଦିଆ ମଟର ଗାଡିରେ

ପ୍ରଥମ ଜନ୍ମ ଦିବସେ

କେକ୍ କାଟିଥାନ୍ତା

ରଙ୍ଗ, ବେରଙ୍ଗ ବେଲୁନ୍ ସାଥୀରେ

ପୁଣି ସ୍କୁଲ ବୟସରେ

କ୍ରିମ୍ ରଙ୍ଗର କାରରେ

ଯିବାଆସିବା ହୋଇଥାନ୍ତା

ଡ୍ରାଇଭର ସଙ୍ଗରେ

ଆଉ ରାତି ହେଲେ,ଚକଲେଟ୍ ଧରି

ଫେରନ୍ତେ ମମ୍ମି,ପାପା

 ଶୁଭରାତ୍ରିର ଚୁମାରେ

ଶୋଇ ଯାଆନ୍ତା, ଝୁଲା ଦୋଳିରେ

"ସୁଖ"ର ପ୍ରାଚୁର୍ୟ୍ଯ ଭିତରେ

ନିଦ,ଆଉ ସ୍ବପ୍ନ ସବୁ ଯେପରି

କଥା ମାନିଯାନ୍ତେ ତା କଥାରେ

ଭାବୁ ଭାବୁ ଖସିଯାଏ, ହାତରୁ

ଅଇଁଠା ବାସନ

ମାଲିକର ନାଲି ଆଖିରେ

ଏ ପିଲା!!,ଠିଆ ହେଲୁକ'ଣ

ବାସନ ଧୋଇ, ଚା"ଦେ

ଉଭେଇ ଯାଏ ଭାବନା

ତାକୁପରା ସ୍ବପ୍ନ ଦେଖିବାକୁ ମନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract