ଦଇନି
ଦଇନି
ଆପତ୍ତି କରୁଛି ଶୁଣ ମୋ ଦଇନି
ନିଷ୍ଠୁର କାହିଁକି ହୁଅ,
ଦୁଃଖିଟିଏ ବୋଲି କରେ ମୁଁ ଗୁହାରୀ
ଶୁଭେ କିବା ନାହିଁ କୁହ ।
ସତ୍ୟକୁ ପରଖି ଅସତ୍ୟକୁ ଦେଖି
ହୋଇଛି ମୁଁ ଲୋକଲଜ୍ୟା,
ସବୁ ଜାଣି ତୁମେ ଲାଞ୍ଛନା ଦେଉଛ
ଇଏ କି ତୁମର ସଜ୍ଜା ।
ପ୍ରାପ୍ତି ପଛେ ଧାଇଁ ଆଜି ବେସାହାରା
ପାଇଲିନି ଟିକେ ଶାନ୍ତି,
କେତେ ଅବା ଆଉ ଅଲୋଡ଼ା ରହିବି
ଦିଅ ମୋତେ ତୁମେ ମୁକ୍ତି ।
