Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Inspirational

3  

Kalpana Kumari Pradhan

Inspirational

ଦିନ ରାତି

ଦିନ ରାତି

1 min
176


ଦିନ ରାତି ଆଜି ଓଲଟା ହେଲାଣି

     ବିପରୀତ ଏଠି ବେଳ

ରାତି ଲାଗେ ଏଠି ଦିନ ପରି

    ସବୁଠି ଆଲୋକ ମାଳ l


ଦିନେ ଜେଜେମାଆ କହୁଥିଲେ ରାତି ଅଧ

    ହୋଇଗଲେ ଅନ୍ଧାର ଚାରିଆଡେ

ଗ୍ରାମ ଦେବତୀ ଭ୍ରମଣ କରନ୍ତି ଦାଣ୍ଡେ

    ଝୁଣା ବାସ୍ନାରେ ମହକି ପଡ଼େ l


ନିର୍ଜନତା ସଙ୍ଗେ କିଟିକିଟି ଅନ୍ଧାର

  ଠାକୁରାଣୀ ଭ୍ରମଣ କାଳେ

କେହି ଅଜାଣତେ ସମ୍ମୁଖେ ପଡିଲେ ତାଙ୍କ

  ପ୍ରମାଦ ପଡଇ ଭଲେ l


ଆଜି ନାହିଁ ଆଉ ସେ ନିର୍ଜନତା

  ସବୁବେଳେ କୋଳାହଳ

ସଭିଙ୍କ ହାତରେ  ଶୋଭେ ଦୂରଭାଷ ଯନ୍ତ୍ର

    ପଡିଛି ସବୁଠି ଚହଳ l


କାନରେ ଇୟର୍ ଫୋନ୍ ଟିକୁ ଖଞ୍ଜି

   ଗୀତେ କିଏ ମଗନ

କିଏ କରୁଅଛି କାମ କମ୍ପ୍ୟୁଟର ଦ୍ୱାରା

   ଲାଗୁଛି ଯେପରି ଦିନ l


ରାତିରେ ଅନିଦ୍ରା ବିତେଇ ଦେଇଣ

  ଦିନରେ ପଡେ ଘୁମେଇ

ପ୍ରାତଃସ୍ନାନ ସଂସ୍କାର ସବୁ ଦୂରେ

  କେଡେ ବିପରୀତ ଇଏ l



Rate this content
Log in