STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଦିନ ମଜୁରୀଆ

ଦିନ ମଜୁରୀଆ

2 mins
277


ଦିନ ମଜୁରୀଆ ମଣିଷଟିଏ ମୁଁ

  ମଜୁରୀ ଲାଗିଲେ ଚଳେ,

ଇଏ ସିଏ ମୋତେ ଯିଏ ବି ଡାକନ୍ତି

  ତାଙ୍କ କାମ ମୁହିଁ କରେ।


ନାନା କିସମର ଲୋକ ଦେଖୁଥାଏ

  ଯେବେ କାମ କରି ଯାଏ,

କିଏ ମୋ‌ ମଜୁରୀ ସାଙ୍ଗେସାଙ୍ଗେ ଦିଏ

   କିଏ ବାକି ରଖିଥାଏ।


ଏମିତି ମୁଁ ଦିନେ ମୂଲ ଲାଗିବାକୁ

   ଦୂର ଗାଆଁ ଯାଇଥିଲି,

କାମକରି ସାରି ମଜୁରୀ ପ‌ଇସା

   ବାବୁଙ୍କୁ ମୁଁ ମାଗିଦେଲି।


ବାବୁ କହିଦେଲେ ବ୍ୟାଙ୍କ୍ ଯାଇନାହିଁ

    ଆସି ନେଇଯିବୁ କାଲି,

ପର ଦିନ ଗଲି ସାଇକେଲ ପେଲି

    ବାବୁଙ୍କୁ କିବା ପାଇଲି ।


ମଜୁରୀ ନ ପାଇ ନିରାଶ ମୁଁ ହୋଇ

    ଘରେ ପହଞ୍ଚିଲି ଯାଇ,

ବାରମ୍ବାର ଫୋନ୍ ଯେତେ ଲଗାଇଲି

    ଆଉ ସେ ଧ‌ଇଲେ ନାହିଁ।


ଠିକ୍ ପର ଦିନ ସାଇକେଲ ପେଲି

    ବାବୁ ଘରେ ପହଞ୍ଚିଲି,

ଘରେ ଥାଇ ବାବୁ ପାଟି କରୁଥିଲେ

    ବାହାରେ ମୁଁ ଶୁଣିଦେଲି।


କଲିଙ୍ଗ୍ ବେଲ୍‌ଟା ଚିପି ଦେଲାପରେ

    ବାବୁଆଣୀ ଆସିଗଲେ,

କହିଲେ ଏଇନେ ବାବୁ ଘରେଥିଲେ

    ବଜାରକୁ ଚାଲିଗଲେ।


ବାବୁ ପରା ଘରେ ପାଟି କରୁଥିଲେ

    ବାହାରୁଥାଇ‌ ଶୁଣିଲି,

କେମିତି ଏମିତି ମିଛ କହୁଛନ୍ତି

    ଦେବାକୁ ପଡ଼ିବ ବୋଲି।


ଏତିକି କହିଛି ଯିବି ମୁଁ କୁଆଡ଼େ

    ବାବୁଆଣୀ ରାଗିଗଲେ,

ଯାଥାଛାକରିକି ମୋତେ ଗାଳିଦେଇ

    ହାତ ପୁଣି ଉଠେଇଲେ।


ସେ ଗାଁ ଲୋକଙ୍କୁ କହିଲି ଏ କଥା

    ବାବୁଙ୍କ ନାଆଁ ବୁଝିଲି,

ଉପାଧିକୁ ଯୋଡି ନାଁଟି କହିଲେ

   ଡ‌ହଁରା ଶଙ୍କରା ବୋଲି।


ମଜୁରୀଆଙ୍କର ମଜୁରୀ ବୁଡାନ୍ତି

   ଏତେ ବଡ଼ ଧନୀ ହୋଇ,

ଅନ୍ୟକୁ ପ‌ଇସା ଦେବାକଥା ତାଙ୍କ

   ଜାତକରେ ପରା ନାହିଁ।


ମିଛୁଆ ,ଠାପୁଆ,ଡହଁରା ,ଦଲାଲି

    ଏସବୁ ତାଙ୍କର ଗୁଣ,

ଟାଉଟରୀଆ ସେ ଅସତିଆ ବାବୁ

    ସାତହାତମାପଖୁଣ।


ଅପେକ୍ଷା କରିଲି ନିରାଶ ମୁଁ ହେଲି

    ଘରେ ଯାଇ ଫୋନ୍ କଲି,

ଟଙ୍କା ନ ଦେଇକି ଫୋନ୍‌ରେ ଦେଲେ

    ଟଙ୍କା ଫଟୋ ଗୁଡା ଖାଲି।


କହିଲେ ରେ ଦେଖ୍ ଟଙ୍କା ଉଠେଇଲି

    ଆସି ନେଇଯିବୁ କାଲି,

ଏମିତି ଅନେକ ଦିନ ଭୁଲେଇଲେ

    ଦ‌ଉଡି ଦ‌ଉଡି ମଲି।


ପଚାଶ ହଜାର ଦରମା ପାଇ ବି

    ଲୋକଙ୍କୁ ବି ଘଟୁ ନାହିଁ,

ଦୀନ ମଜୁରୀଆ କେମିତି ବଞ୍ଚୁଛି

    ତା'କଥା ବୁଝୁଛି କେହି ।


ଏଇ କ'ଣ ଆମ ଶ୍ରମିକର ନ୍ଯାୟ

    ଏଇ ଆମ ସ୍ଵାଧୀନତା,

ଗରୀବ ଶ୍ରମିକ ଏମିତି ସବୁଠିଁ

    ହେଉଛି ଆଜ୍ଞା ହୀନସ୍ତା‌।


ଶ୍ରମିକଟି ଏଠି ବିଶ୍ଵକର୍ମା ରୂପେ

    ଆମ ଘରଟିକୁ ତୋଳେ,

ସେଭଳି ସମ୍ମାନ ରହିବା ଉଚିତ୍

    ତାଙ୍କ ପାଇଁ ସବୁବେଳେ।


ଏସି‌ ଅଫିସ୍‌‌ରେ ବସି ବଡ଼ବାବୁ

    ମୋଟା ଦରମାଟି ପାଏ,

ଗରୀବ କିପରି ଖରା ବର୍ଷା ସହେ

   ଥରେ କି ସେ ଭାବିଥାଏ।


ଓଲଟା କାର୍ଯ୍ୟ ଭଲମନ୍ଦ ଛଳେ

   ତା' ପ୍ରାପ୍ୟକୁ କାଟିଦିଏ‌,

ନଚେତ୍ ଅନେକ କଟୁ କଥା ମଧ୍ୟ

    ଶ୍ରମିକବି ସହିଥାଏ‌।


ତା' ମଜୁରୀଟିକ ବୁଡାଇଦେଲେକି

   ତାକୁ ବେସମ୍ମାନ କଲେ,

ତା'ତତଲା ଲୁହ ନିଃଶ୍ବାସଟି ବୃଥା

   ହେବ ନାହିଁ କେବେହେଲେ।


ବାବୁଙ୍କ ଦୃଷ୍ଟିରେ ସବୁଠାରୁ ହୀନ

    ଶ୍ରମିକଟି‌ ଦୁନିଆଁରେ,

ଶ୍ରମିକ ଶବ୍ଦଟି ଅସ୍ପୃଶ୍ୟ ଓ ଘୃଣ୍ଯ

   ବାବୁଙ୍କ ଡିକ୍ସିନାରୀରେ‌।


ହେଲେ ବାବୁ ଭୂଲି ଯାଉଛନ୍ତି ସବୁ

   ଯେଉଁ ଘରେ ସେ ରୁହନ୍ତି,

ଶ୍ରମିକର ଶ୍ରମ ଲୁହର ସ୍ଵାକ୍ଷର

   ସେ କାନ୍ଥରେ ଲାଗିଅଛି।


ଯଦି କିଏ ଦୁନିଆଁରେ ବଡ଼ ଥାଏ

   ସିଏ ମୋ ଶ୍ରମିକ ଭାଇ,

ଟଙ୍କା ମିଳିଯିବ‌ ଝାଳ ମିଳିବନି‌

   ଶ୍ରମିକର ରକ୍ତ ସେହି।


ଆମେ ସଭିଏଁ ତ ମଜୁରୀଆ ଏଠି

    ଜଣେ ତ ଏକା ମାଲିକ,

କାମରେ ତ ଆଜ୍ଞା ନାହିଁ ବଡସାନ

   କହେ ଅପର୍ତ୍ତି ମୁରୂଖ।


Rate this content
Log in

Similar oriya poem from Tragedy