STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଦ୍ଵୀତିବାହାନ ଓଷା

ଦ୍ଵୀତିବାହାନ ଓଷା

1 min
5


ଏ ଉତ୍କଳ ରାଜ୍ୟେ ଓଷା ବ୍ରତ ବିଧି

ଯାହା ବି ହୁଏ ପାଳନ

ଓଷା ପାଳନ ପଛରେ ମାନସିକ

ପୂରଣ ଗାଥା ବର୍ଣ୍ଣନ

ଓଷା କଥା ଅଛି ପୁସ୍ତକ ପୃଷ୍ଠାରେ

ଓଷା ପାଳନେ ପଠନ

ନିଷ୍ଠାର ସହିତ ହେଉଛି ପାଳନ

ବିଶ୍ୱାସ ଯୋଗ୍ୟ ବିଧାନ


ପୁତ୍ର ଲାଭ ଅବା ପୁତ୍ରର ମଙ୍ଗଳ

କାମନା ରଖି ହୃଦରେ

ବିବାହିତା ମହିଳାଙ୍କ ଆରାଧନା

ଦ୍ୱୀତିବାହାନ ନାମରେ

ପରମ୍ପରା ଆଧାରରେ ଓଷା ବ୍ରତ

ପ୍ରାୟ ହେଉଛି ପାଳନ

ସାମାଜିକ ପ୍ରଥାର ପ୍ରଭାବ ସ୍ପଷ୍ଟ

ଭାବରେ ପ୍ରତିଫଳନ


ଆଶ୍ୱିନ ମାସର କୃଷ୍ଣ ଅଷ୍ଟମୀରେ

ଏ ଦ୍ଵୀତିବାହାନ ଓଷା 

ଜଳ ସ୍ପର୍ଶ ବିନା ଉପବାସ ରହି

ଓଷା ଧାରେ ପୁତ୍ର ଆଶା

କଳ୍ପିତ କାହାଣୀ ଅବା ଶାସ୍ତ୍ର ଧାରେ

ଓଷା କାହାଣୀ ବର୍ଣ୍ଣିତ

ଜୀମୂତ ବାହନ ସୂର୍ଯ୍ୟଙ୍କର ପୁତ୍ର

ଓଷା ର ଦେବତା ମାତ୍ର

ବିଧବା ବ୍ରାହ୍ମଣୀ ଗର୍ଭରୁ ଜନମ

ସୂର୍ଯ୍ୟଙ୍କର ଏକ ପୁତ୍ର

ଦ୍ଵିତୀବାହନ ବା ଜୀମୁତ ବହନ

ନାମରେ ହେଲେ ବିଦିତ

କଦଳୀ ଗଛକୁ ଜିମୂତ ସ୍ବରୂପ

ଓଷା କଥା ଆଧାରରେ

ମୁରୁଜରେ ସୂର୍ଯ୍ୟ ,ଚିଲ ଓ ଶିଆଳ

ଚିତ୍ର ବି ପୂଜା ସ୍ଥଳରେ

ଅପାମାର୍ଗ କାଠିରେ ଦାନ୍ତ ଘଷିବା

ଅନ୍ୟ ଏକ ବି ବିଧାନ

ବ୍ରତ ଧାରୀ ନାରୀ ସେହି ଦିନ କରେ

ଶୁକ୍ଳ ବସ୍ତ୍ର ପରିଧାନ

ପୁତ୍ର ପ୍ରାପ୍ତି ବିଶ୍ୱାସରେ ଏହି ଓଷା

କଠିନ ନିୟମ ଧାରେ

ଅଦ୍ୟାବଧି ଉତ୍କଳ ପ୍ରଦେଶେ ପ୍ରାୟ

ଓଷା ଅଛି ସମାଜରେ


ପୁତ୍ର ସନ୍ତାନ ହିଁ କୁଳର ପ୍ରଦୀପ

ପୁଣି ପିଣ୍ଡ ଦାନ-କାରୀ 

ପୁତ୍ର ଲାଭ ଅର୍ଥେ ଏହି ଓଷା ବ୍ରତ 

ପୁତ୍ର ପ୍ରାପ୍ତି ସର୍ବୋପରି

ଏ ଦ୍ଵୀତିବାହାନ ଓଷା ର ଉତ୍ପତ୍ତି

ତତ୍କାଳୀନ ସମାଜରେ

ଅବିଶ୍ବାସ ଅବା ଅନ୍ଧବିଶ୍ୱାସ ପ୍ରାୟ

ନ ଥିଲା ଏ ଓଷା ମୂଳରେ


ପରିଣତି ବୟସରେ ଆଶ୍ରୟର 

ଆଶା ବାଡି ଥିଲା ପୁତ୍ର

ସ୍ନେହ ମମତାର ସୁତ୍ର ମଧ୍ୟେ ଥିଲେ

ମାତା ଓ ଜନ୍ମିତ ପୁତ୍ର

ଦୃଶ୍ୟ ବଦଳିଛି ସଭ୍ୟ ସମାଜର

ବୃଦ୍ଧାଶ୍ରମେ ପିତା ମାତା

ଆଉ ଓଷା ବ୍ରତ ଧାରେ ଉପବାସ

ରହି କିମ୍ପା ପୁତ୍ର ଚିନ୍ତା !!



Rate this content
Log in

Similar oriya poem from Abstract