ଦୀପଟିଏ ମୋତେ କର
ଦୀପଟିଏ ମୋତେ କର
ଦୀପଟିଏ ମୋତେ କରିଦିଅ ପ୍ରଭୁ
ଜଳୁଥିବି ନିତି ମୁଁହିଁ ରାତି ଦିନ
ବଡଦେଉଳରେ ତୁମ ପାଦ ତଳେ
କରୁଥିବି ଦରଶନ ଚକାବଦନ ସେ
ଚକା ନୟନ।।
ଦୀପଟିଏ ମୋତେ କରିଦିଅ ନାଥ
ଜଳୁଥିବି ମୁଁ ହିଁ ଯେ ସଞ୍ଜ ସକାଳେ
ଜୀବନ ଜଞାଳେ ନୀତି ଜଳୁ ଅଛି
ଜଳିବି ତୁମରି ଶ୍ରୀ ଚରଣ ତଳେ ସେ
ଶ୍ରୀ ଚରଣ ତଳେ।।
ରତ୍ନ ସିଂହାସନ ତଳେ ରହିଥିବି
କରୁଥିବି ଚକା ମୁଖ ଦରଶନ
ଜଳି ଜଳି ଯଦି ପାଉଁଶ ମୁଁ ହେବି
ଏ ଜୀବନ ମୋର ହୋଇ ଯିବ ଧନ୍ଯ ସେ
ହୋଇଯିବ ଧନ୍ଯ।।
କରିବି ତୁମର ମଙ୍ଗଳ ଆଳତୀ
ଜୀବନକୁ କରି ବଳିତା ମୋହର
ଜଳି ତିଳ ତିଳ ଆୟୁଷର ତୈଳ
ଦେଖୁଥିବି ତୁମ ନାଲିଆ ଅଧର ସେ
ନାଲିଆ ଅଧର।।
କରୁଥିବି ନୀତି ତୁମର ଆଳତୀ
ସିଂହ ଦୁଆରେ ତୁମର ଥିବି ରହି
ରତ୍ନ ସିଂହାସନେ ନରଖ ପଛକେ
ବାଇଶି ପାହାଚେ ଦିଅ ପ୍ରଭୁ ଥୋଇ ସେ
ପ୍ରଭୁ ଦିଅ ଥୋଇ।।
