Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics

4  

Sarojini Mishra

Classics

ଦୀପାବଳୀ

ଦୀପାବଳୀ

1 min
363


କାର୍ତ୍ତିକ ମାସ ତ ଧରମ ମାସ ଯେ

ଦୀପାବଳୀ ପରା ହୁଏ

ଅମାବାସ୍ୟା ରାତି ଆଲୋକିତ କରି

ଦୀପ ପ୍ରଜ୍ଵଳିତ ହୁଏ ।


ସଂସ୍କୃତି ଓ ପରଂପରାର ବାହକ

ତତ୍ତ୍ଵମୟ ଦୀପାବଳୀ

ମନ ଗହନର ଅନ୍ଧାରକୁ ନାଶି

ଆଲୋକ ଜାଳିବା ପାଳି ।


କାଳୀ ମାଆ ପୁଣି ଦୁଷ୍ଟ ଦଳିନୀ ଯେ

ଲକ୍ଷ୍ମୀ ଧନ ପ୍ରଦାୟିନୀ

ପାପ ତାପ ଅନ୍ତେ ଲକ୍ଷ୍ମୀଙ୍କ ପ୍ରବେଶ

ଏହା କହେ ଦିପାବଳୀ ।


ଦୀପାବଳୀ ଅଟେ ଶ୍ରଦ୍ଧାମୟ ପୁଣି

ପୟା ଶ୍ରାଦ୍ଧ ଯେ ନିଆରା 

ଜଙ୍ଗଲୀ ପୁଷ୍ପ ଓ ଫଳ ନୈବେଦ୍ୟରେ

ପିତୃ ପିଣ୍ଡଦାନ ପରା |

କାଉଁରିଆ କାଠି ଆଲୋକ ଦେଖାଇ

ପିତୃ ପୁରୁଷେ ବିଦାୟ

ବାଇଶି ପାହାଚେ ମହାପ୍ରସାଦ ଯେ

ଖାଇବାକୁ ଅନୁରୋଧ ।


ଦୀପାବଳୀ ଦିଏ ଆଲୋକର ବାର୍ତ୍ତା

ପାପ ପୁଣ୍ୟ ଗାଥା କୁହେ

ଅପୂର୍ବ ପରବ ଏହି ଦୀପାବଳୀ

ପୂର୍ବେଶ୍ଵରୀ ସ୍ମୃତି ଦାହେ ।


ଦୀପାବଳୀ ହେଉ ସଭିଙ୍କ ଜୀବନେ

ପାପ ତାପ ନାଶ କାରୀ

ମନ ଗହନର ଅନ୍ଧକାର ସବୁ

ଆଲୋକରେ ଯାଉ ଭରି ।


ଏ ବିଶ୍ଵ ବୁକୁରୁ ହଟିଯାଉ ଯେତେ

ବିପଦ ଅମା ଅନ୍ଧାର

ବିଶ୍ଵ ହୋଇଯାଉ ପ୍ରିତୀ ଗିତୀମୟ

ଆଲୋକେ ଭରୁ ସଂସାର ।



Rate this content
Log in

Similar oriya poem from Classics