STORYMIRROR

Debabrata Mishra

Abstract Action Classics

3  

Debabrata Mishra

Abstract Action Classics

ଦୀପ ଲିଭିବାର ସମୟ

ଦୀପ ଲିଭିବାର ସମୟ

1 min
115


ଜଳିବାକୁ ଦିଅ ତାକୁ 

ପୋଡ଼ିବାକୁ ଦିଅ ତାର ଯେତେ ଅହଙ୍କାର

ହୁତୁହୁତୁ ଜଳୁଥାଉ ଦୀପ ତାର

ବାଷ୍ପ ହୋଇଯାଉ ଅବିବେକୀର ଅତ୍ଯାଚାର 

କାନ୍ଦ ଶୁଭିଲାଣି ଆକାଶର, 

ମାଟିର ଛାତିରୁ ତ ବୋହୁଛି ରକତ

ସେ ମଣିଷ ନୁହେଁ ଯେ ତରଳିବ

ପଥରଠୁ ଅଧିକ ନିଷ୍ଠୁର ନିର୍ଦୟ

ଜଳିଜଳି ଦିନେ ସରିଯିବ, 

ଅନ୍ୟାୟର ସଳିତା ପାଉଁଶ ହେବ

ଆସିବ ବତାସ ନେଇଯିବ

ସଳିତାର ପାଉଁଶ ସହ ତାକୁ

ସେ ଦୀପକୁ ଆହୁରି ଜଳିବାକୁ ଦିଅ, 


ଯେଉଁ ଦୀପ ଆଲୋକ ନାମରେ

ଜାଳିଛି ଘର ଦ୍ୱାର ପରିବାର

ପୋଡ଼ିଦେଇଛି ଶିଶୁର ଚପଳାମି

ଧ୍ୱଂସ କରିଦେଇଛି ଲକ୍ଷଲକ୍ଷ ଯୁବାଙ୍କ

ଛୋଟ ଛୋଟ ଖୁସି ଓ ସୁନେଲି ଭବିଷ୍ଯତ

ମା'ର ଲୁହ ଶୁଖୁନି ଆଜିବି

ସ୍ତ୍ରୀ ଟିଏ ପ୍ରତି ରାତିରେ କାନ୍ଦୁଛି

ମୁକ୍ତ ବୋଲି ଯାହା ପାଉଛି ତା' ସ୍ୱାମୀ

ସେ ଅଜଣା ଓ ଅଶୁଣା

ଅଶିକ୍ଷା ର କମ୍ପନ ଆଗରେ

ତା'ର ପାଉଣା ସେ କେତେ ଗୁଣ ଦେଉଛି

ସେ ଦୀପକୁ ଜୋର୍ ଜଳିବାକୁ ଦିଅ, 


ସେ ଏମିତି ଦୀପଟିଏ

ଯେ ଜଳୁଛି ସତ କିନ୍ତୁ ଜାଳୁଛି 

ସେ ଆଲୋକ ହଟାଇ ଅନ୍ଧାର ଆଣୁଛି

ଆଉ ସେ ଅନ୍ଧାର ଇଲାକାରେ

ନିରୀହମାନଙ୍କର ଦେଉଛି ବଳି

ଏତେ ଲୋଭ କ୍ଷମତାର ଚୌକିର

ମାଟି ମା' କୁ ବିକୁଛି

ଭାଷାକୁ ମାରି ଗୋଇଠା

ଭାଷା ସମ୍ମାନର ପ୍ରଚାର ଚାଲିଛି, 

ପ୍ରାଣୀ ପ୍ରାଣୀରେ ଈଶ୍ବରଙ୍କୁ ଛାଡ଼ି

ଅନ୍ୟାୟରେ ଗରୀବ ପେଟ କାଟି 

ଯୋଗ୍ୟତାକୁ ବେନିୟମ ଶିକୁଳିରେ ବାନ୍ଧି

ପେଟରୁ ଦାନା ଦେହରୁ କନା ଛଡ଼ାଇ

ପଥରକୁ ଲାଞ୍ଚ ଦେବାରେ ଲାଗିଛି

ଜଳୁଛି ତ ଜଳୁତାର ଦୀପ

ଜଳିଜଳି ପାଉଁଶ ହେବାକୁ ଦିଅ..!!! 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract