STORYMIRROR

Jyotsnarani Panda

Inspirational

4  

Jyotsnarani Panda

Inspirational

ଦିଗନ୍ତର ଯାତ୍ରା ପଥେ

ଦିଗନ୍ତର ଯାତ୍ରା ପଥେ

1 min
410


କିଏ ବା ଜାଣିଛି କେତେ ବାକି ଅଛି 

  ଜୀବନର ଯାତ୍ରା ପଥ 

କେଵେ ଫୁଲ ଶେଯ କେଵେ ମରୁପଥ 

  ଜାଣନ୍ତି ସେ ଜଗନ୍ନାଥ ।। 


କେତେ ହସ ଲୁହ ମିଛ ମାୟା ମୋହ 

   ମଣିଷ ସାଉଁଟୁଥାଏ 

ଯୋଗ ବିୟୋଗର ଵାଣ୍ଟ କରୁକରୁ 

  ଜୀଵନଟା ଵିତିଯାଏ ।। 


ଆଗଟା ଅଦୃଶ୍ୟ ଅଜଣା ଅନ୍ଧାର 

   ପାଦ ଥାପିବାକୁ ଭୟ 

କିଛି ସାହସକୁ ସମ୍ପତ୍ତି ନ କଲେ 

  ହୁଏ ନାହିଁ କେଵେ ଜୟ ।। 


ଦୁନିଆଟା ଏକ ମାୟା ରଙ୍ଗମଞ୍ଚ 

   ଆମେ ସଵୁ କଳାକାର 

କ୍ଷଣିକରେ ସ୍ବପ୍ନ ହୋଇଯାଏ ଚୂର୍ଣ୍ଣ 

  କୁହୁଡିର ଧୂଆଁ ଘେର ।। 


ରାଗ ଋଷା ମାନ ଅଳୀକ ଜୀବନ 

  ଵୃଥା ଗର୍ଵ ଅହଙ୍କାର 

କେବେ ଜହ୍ନଟାକୁ ହାତେ ଧରୁଧରୁ 

   ଘୋଟେ ଅମା ଅନ୍ଧକାର ।। 


କେବେ ପରିସ୍ଥିତି ହୁଏ ଅଣାୟତ୍ତ 

   କେବେ ସହଜ ଓ ଶାନ୍ତ 

ମନ କଲେ ଦମ୍ଭ ସବୁ ଯେ ସମ୍ଭଵ 

   ଦୁଃଖେ ନୁହେଁ ବିଚଳିତ ।। 


ଓହରିବା ନାହିଁ ଯାତ୍ରା ପଥୁ ଆମେ 

  ନ ପଡିବା କେଵେ ଥକି 

ଆଶାର କିରଣ ବାନ୍ଧିଵ ତୋରଣ 

   ପ୍ରଭୁ ନାମ ଦେଲେ ଡାକି ।। 


ଜୀବନଟା ନୁହେଁ ଖାଲି ଆତ୍ମସ୍ଵାର୍ଥ 

   ବରଂ ଏହା ପରମାର୍ଥ 

ଦୟା କ୍ଷମା ଦାନ ଯେ ମହତ୍ତ୍ୱପୂର୍ଣ୍ଣ 

   ନ ଥିଲେ ଏ ଜନ୍ମ ବ୍ୟର୍ଥ ।। 


କୋଟି ଜନମୁଖେ ହସ ଫୁଟାଇବା 

  ଭୋଗ ଵଦଳରେ ତ୍ୟାଗ 

ଜଗତ ଲାଗିଵ ଜଗନ୍ନାଥମୟ 

   ସୃଷ୍ଟି ପାଲଟିବ ସ୍ଵର୍ଗ ।। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational