STORYMIRROR

Sangita Mishra Satapathy

Inspirational

4  

Sangita Mishra Satapathy

Inspirational

ଦିଗନ୍ତର ପଥେ ଯାତ୍ରା

ଦିଗନ୍ତର ପଥେ ଯାତ୍ରା

1 min
288


ଦିନେ ରାତିରେ ମାନୁ ଫେରୁଥିଲା

ବଣଭୋଜି ବୁଲା ସାରି

ବାପାଙ୍କ ଗାଡିରେ ସିଏ ବସିଥିଲା

ମନ ଆନନ୍ଦରେ ଭାରି।


ରାତି ବଢୁଥିଲା ଗାଡିଗଡୁଥିଲା

ଆଗକୁ ଆଗକୁ ମାଡି

କେଜାଣି କେବେ ଆସି ପହଞ୍ଚିଲା 

ସହର ପାଖରେ ଗାଡି।


ଶୂନ ଶାନ୍ ରାତି ନିସ୍ତବ୍ଧ ରାସ୍ତା 

ଗଛ ବି ପଡିଛି ଶୋଇ

ରାସ୍ତା କଡରେ ଲୋକେ ଶୋଇଛନ୍ତି 

ହୋଇ ସବୁ ଧାଡି ଧାଡି।


ମାନୁ ପଚାରିଲା ବାପାଙ୍କୁ ତାର

ଶୋଇଛନ୍ତି ଏଠି କାଇଁ 

ଘରନାହିଁ ବୋଲି ପଢିଛନ୍ତି ଶୋଇ

ନଥିବେ ବି ସେମାନେ ଖାଇ।


ସେଇଦିନୁ ମାନୁ ଘରୁ ଆଣି ବାଣ୍ଟେ

ରୁଟି ଦୁଇ ପଟ ଚାରି

ରୁଟି ବ୍ଯାଙ୍କଟିଏ ସେଦିନୁ କରିଛି

ଛକ ଜାଗାରେ ବାକ୍ସ ଦେଇଛି ଥୋଇ

ବଳକା ରୁଟି ରଖନ୍ତି ସଭିଏଁ 

ମାନୁ ବାଣ୍ଟି ହୁଏ ଖୁସି।


ଦିଗନ୍ତର ପଥେ ଏ ଯାତ୍ରା ତାର

ଆନନ୍ଦ ସାଥେ ମିଳଇ ଶାନ୍ତି 

ଅସମାପ୍ତ, ଅନନ୍ତ ଏ ପଥ

ଭରିବାକୁ ଭୋକିଲା ପେଟକୁ ରୁଟି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational