Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

3  

Panchanan Jena

Inspirational

ଜୀବନଧାରା

ଜୀବନଧାରା

1 min
132



ଛୋଟ ଆମ ଜୀବନ ଓ ଜୀବନଧାରା

          ସମସ୍ୟାରେ ଘେରା

          ଅମା ଅନ୍ଧାରେ ଭରା

          ରାଗ ଅଭିମାନେ ମରା


ଆସ ରୋପିବା ସମାଧାନ ଚାରା

ଆସ ବାଣ୍ଟିବା କରୁଣାରେ ଭରା ଗରା

     ହସ ଖୁସିର ଖିଲି ଖିଲି ମୁଗ୍ଧ ପସରା ।


କିଛି ଚେହେରା ନ ଦିଏ ଧରା

   ମନେ ମନେ ଭାବୁଥାଏ 

    ଜୀବନ ସାରା

  ନିରୋଳାରେ ଆସେ

    ବସେ ପାଖରେ ପରା

  ଭାବନାରେ ନିତି 

ବୁଣେ ସ୍ଵର୍ଣ୍ଣିମ ଗଳାହାରା


ଆସ ହାତ ବଢେଇବା

   ଧରିବା ଭିଡ଼ି

ଆସ ମୀତ ବସିବା

 ଆପଣେଇବା ଜାବୋଡ଼ି

ଶୋକ ମୋଚନେ କିଛି 

   ଅନୁକଂପା ଅଜାଡି ପେଟରା ।


ରାଗିଥିବେ ଦଳେ ହଳେ ହାତ ଗଣତିରେ

   ସେହି ଅନ୍ଧାରିଆ ସ୍ମୃତିରେ 

        ପୁରୁଣା ସ୍ତୁତିରେ

   ସେହି ଅତୀତ ରୀତିରେ 

         ଅନନ୍ୟ ଗୀତିରେ

  ସେହି ଅଭିମାନୀ ଚାହାଣୀରେ 

        ଅତୁଲ୍ଯ ପଳକରେ

କିଛି ନ କହି ବି କହିଦେବ ମୌନ ଚେହେରା ।


Rate this content
Log in

Similar oriya poem from Inspirational