Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Sahu

Inspirational

3  

Madhusmita Sahu

Inspirational

ଜୀବନ ଯାତ୍ରା

ଜୀବନ ଯାତ୍ରା

1 min
143


ସୌଭାଗ୍ୟ ସୂରୁଜ ଉଦୟ କରାଇ,

ଚିନ୍ତା ନେଲା ଅବସର,

ଚିନ୍ତନ ଧାରାକୁ ଅକ୍ଷୁର୍ଣ୍ଣ ରଖାଇ,

 ହସ ଖୁସି ବହେ ଝର ।


ତୁମ ସହାୟତା ପାଇବା ପ୍ରକ୍ରିୟା,

ଜୀବନ ଯାତ୍ରା ସଫଳ,

 ତୁମ ସାନ୍ନିଧ୍ୟ କ୍ଷୁଧା ଦେଇ ପାରିଛି,

ଉପଯୁକ୍ତ ଫଳାଫଳ ।


ତୁମ ହାତଧରି ଚାଲିବି ସାଥିରେ,

ସତ୍ୟର ପଥକୁ ଚାହିଁ,

ଦିବାନିଶି ପଲକ ଭିତରେ ରଖି,

ସୌଜନ୍ୟଶୀଳ କୁ ଛୁଇଁ।


ଚାଲିବି ଚାଲୁଥିବି ତୁମରି ସାଥେ,

ସତ୍ୟପଥ ଅନୁଚରି,

ମୋହମାୟା ବନ୍ଧନରୁ ନିବୃତିରେ,

ଭବସାଗରରୁ ପାରି ।


ଶୁଭଙ୍କରି ପରିଚୟ କରିଦେଇ,

ଧରାରେ ଜନ୍ମିତ ଦେଇ,

ପ୍ରାଣବାୟୁ ଉଡିଗଲା ସମୟରେ

ତୁଣ୍ଡେ ତୁମ ନାମ ନେଇ।


ଜୀବନ ଯାତ୍ରା ର ସାରଥି ସାଜିଛ,

ନୀତିବାଣୀ ଶିକ୍ଷା ଦାନେ,

ସଂଗ୍ରାମ ପଥର ବିଜୟ ଲାଭରେ,

ସବୁ ତୁମ ଅନୁଦାନେ ।



Rate this content
Log in

Similar oriya poem from Inspirational