STORYMIRROR

Madhusmita Sahu

Fantasy

4  

Madhusmita Sahu

Fantasy

ବର୍ଷା

ବର୍ଷା

1 min
377

ମୌସୁମୀ ଆସିଛି ବର୍ଷାର ସାଥିରେ 

ନେଇ ଶୀତଳ ସମୀରେ

ଧରଣୀ ବକ୍ଷରେ ବୁନ୍ଦାର ଧାରରେ

ପୁଲ୍ଲକିଚ ମହକରେ।।

ଆର୍ଦ୍ରତା ଭୂମିର ମହମହ ବାସ 

ନବଯୌବନ ସଜ୍ଜିତ,

ଶୁଷ୍କତା ଲିଭାଇ ସୁଶୋଭିତ ଧରି

ଝଲସି ଉଠଇ ଖେତ।।

ନିଦାଘ ତାତିକୁ ଭସ୍ମୀଭୂତ କରି

ବର୍ଷା ଆଣିଛି ସୌରଭ,

ପ୍ରକୃତିର ଶୋଭା ଫେରି ପାଇଅଛି

ପୃଥିବୀ ପୃଷ୍ଠ ଗୌରବ ।।

ବୃଷତରୁଲତା ଜୀବନ୍ୟାସ ପାଇ

ହୋଇଛି ଚଳଚଞ୍ଚଳ

ଜମିବାଡ଼ି ମରୁଡି ଦାଉରୁ ରକ୍ଷା

ବୃଷ୍ଟିର ଦାନ ସରଳ ।।

ଗ୍ରୀଷ୍ମପ୍ରବାହର ପ୍ରକୋପ ନିସ୍ତେଜ

ବର୍ଷା ମଳୟର ସ୍ବର

ନୀରଧାରରେ ପରାସ୍ତ ଉତ୍ତାପ

ଆଗମନ ବର୍ଷା ଧାର।।

ସୁଜଳା ସୁଫଳା ଶସ୍ୟର ଶାମଳା

ଆହ୍ଲାଦିତ ର ପଲ୍ଲବ

ଆଷାଢ଼ ଶ୍ରାବଣ ଭାଦ୍ରବ ଋତୁରେ

ଧରିତ୍ରୀ ସାଜେ ଶୈଶବ ।।



Rate this content
Log in

Similar oriya poem from Fantasy