Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Sahu

Inspirational

3  

Madhusmita Sahu

Inspirational

ପ୍ରକୃତ ପ୍ରେମର ପରିଚୟ

ପ୍ରକୃତ ପ୍ରେମର ପରିଚୟ

1 min
171


  

   ପ୍ରେମ ନୁହେଁ ଏକ ନୀଡହରା ପକ୍ଷୀ

   ପ୍ରେମ ନୁହେଁ କେଉଁ ଉଡୁଥିବା ପକ୍ଷୀ

 ପ୍ରେମ ନୁହେଁ ଏକ ଅନ୍ୟାୟର ସାକ୍ଷୀ

 ପ୍ରେମ ହୁଏ ଶଂଖା ସିନ୍ଦୂରର ସାକ୍ଷୀ ।

 

ଆସିଥାଏ ବାଧାବିଘ୍ନର ପ୍ରେମକୁ

ସ୍ବପ୍ନ ସତ ହେବାରେ ସାତ ଯୁଗକୁ

ପାଚେରୀ ବନ୍ଧନ  ଏଡାଇ ପ୍ରେମକୁ

ଅମର ରହିଥାଏ ଯୁଗଯୁଗକୁ ।

 ୍

         ଦିନ ବିତିଯିବ ଯୁଗ ବଦଳିବା

         ହୋଇବ ଅବାକ୍ ପରିବର୍ତ୍ତନ

         ପୃଥିବୀ ପରିକ୍ରମଣ ଆବର୍ତ୍ତନ

        ହୁଏ ନାହିଁ ପ୍ରେମର ପରିବର୍ତ୍ତନ ।


 ପ୍ରେମଥାଏ ଏକ ନୁହେଁ ସେ ଅନେକ

ପାଇବାର ଯାଏଁ ରହିଥାଏ ଦୁଃଖ

କିଛି ନୁହେଁ ସେହି ଅସ୍ଥାୟୀର  ଦୁଃଖ

ଯେବେ ମିଳେ ପ୍ରେମର ପ୍ରକୃତ ସୁଖ  ।


        ଯେଉଁ ଦିନ ଦୁହେଁ ଦୁହିଁଙ୍କୁ ପାଆନ୍ତି

        ପ୍ରେମୀ ପ୍ରେମୀକା ଅବିଚ୍ଛେଦ୍ୟ ମିଳନ

    ସେଦିନ ହୋଇଥାଏ ପ୍ରକୃତ ଅର୍ଥେ

   ସ୍ବାଧୀନ ପ୍ରେମର ସତ୍ୟଜୟଗାନ ।


 ଯେବେ ସଂସାର ଦେଇଥାଏ ସ୍ବୀକୃତି

ପ୍ରେମର ବନ୍ଧନ ଏପରି ବନ୍ଧନ

 ପରିଚୟ  ସେ ପ୍ରକୃତ ମାନବଜାତି

କୌଣସି ସମସ୍ୟା ପାରେନା ଖଣ୍ଡନ ।


ପ୍ରେମ ର ସଂଜ୍ଞା ଜାତିର ରୂପନାହିଁ

 ହୁଏ ନାହିଁ କେବେ ତାର ରୁପାନ୍ତର

 ବୟସର ସୀମା ନାହିଁ ଦିଗାନ୍ତର

 ଅସୀମର ନାହିଁ ତା'ର ପଟ୍ଟାନ୍ତର ।


  


Rate this content
Log in

Similar oriya poem from Inspirational