STORYMIRROR

Chaturbhuja Sahoo

Inspirational Others

3  

Chaturbhuja Sahoo

Inspirational Others

ଚାଲ ହାଟ କରିବା

ଚାଲ ହାଟ କରିବା

1 min
114


ଆଉ ହଟ କରନା 

ବେଳ ଗଡି ଉଚ୍ଛୁର ହେଲାଣି 

ଆଜି ପରା ହାଟବାରି

ଚାଲ ହାଟ କରିବା ll


ବ୍ୟାଗ୍ ଧର, 

ବାଇକ୍ ବାହାର କର

ତମ ପର୍ସ ରୁ ପାଞ୍ଚ ସାତ ଶହ

ଗାନ୍ଧୀ ପତି ଦିଅ 

ଆଜି ପରା ହାଟବାରି

ଚାଲ ହାଟ କରିବା ll


କେତେ ରକମର ଶାଗ

ଟମାଟୋ ଭେଣ୍ଡି ବାଇଗଣ ଲଙ୍କା

ସବୁ ତ ମହଙ୍ଗା 

ଡାଲି ଚାଉଳ ବଡ଼ି ଆଉ ଖାଇବା ତେଲ 

ତା' ସାଙ୍ଗକୁ ଲୁଣି ଶୁଖିଆ

ଆସିଲା ବେଳେ ତରିଆବାବୁଙ୍କ ତାଜା ମାଛ ଅଧକିଲୋ

ନୋହିଲେ 

ସୁକକୁମାନ୍ ଠୁ ସ୍କିନଲେସ୍ ବ୍ରଏଲର୍

ଶହେ ଟଙ୍କାର ଆଣିବା

ଆଜି ପରା ହାଟବାରି

ଚାଲ ହାଟ କରିବା ll


ତମେ ଜାଣିଛ ନା 

ଚମାର ଦଦାର ଦୋକାନରୁ 

ଝିଅ ପାଇଁ ଛବିବହି ଆଣିବା,

ମୋତେ ଖୁବ୍ ପସନ୍ଦ

ହାଟର ଖୋଲା ଚେନାଚୁର ମିକଶ୍ଚର୍

ବର୍ଷାଦିନେ ମୁଢ଼ିରେ ଖାଇବା

ଆଜି ପରା ହାଟବାରି

ଚାଲ ହାଟ କରିବା ll


ଏଠି ଭଡ଼ାଘରେ 

ଏତେ ଦରବ କଣ ଦରକାର

ହେଲେ, ବେଳେବେଳେ ଭୋଜିଭାତ

ବିରିୟାନୀ ପାଇଁ

ଗୋଟେ ଲୋୟର୍ ମିଡିୟମ୍ ଗଞ୍ଜଟେ ଆଣିବା 

ରାୟିତା ପାଇଁ ରାୟଗଡିଆ ଦୋକାନ ରୁ 

ରୋୟାଲ୍ ଷ୍ଟିଲ୍ ର କଭରଥିବା ଡବା ଟେ କିଣିବା 

ଯଦି ପଇସା ବଳେ 

ଦୁହେଁ ସାଙ୍ଗହୋଇ ଫାୟାଜ୍ ଠୁ 

ସମୋସା ଚାର୍ଟ ଖାଇବା 

ଆଜି ପରା ହାଟବାରି

ଚାଲ ହାଟ କରିବା ll


ତମେ ଆମ ସ୍କୁଟର ଚଲାଉଥିବ

ମୁଁ ତମ ପଛରେ ବସିଥିବି

ତମେ ବ୍ୟାଗ୍ ଧରି ବୁଲୁଥିବ

ମୁଁ ବାରଗେନିଂ କରୁଥିବି

ବାଟେ ପ୍ରଧାନ ଆଜ୍ଞାଙ୍କୁ ଦେଖାହେଲେ

ପାନ୍ କି କମଳା ପସନ୍ଦ ଟେ ଅଫର କରିବ

ଆଉ ଛୁଟି ଦିନଟା

ଘରକୁ କୁଣିଆକରି ଡାକି ଆଣିବା

ଆଜି ପରା ହାଟବାରି

ଚାଲ ହାଟ କରିବା ll



Rate this content
Log in

Similar oriya poem from Inspirational