STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଦୁଇ କୁଳ ହିତା ନା

ଦୁଇ କୁଳ ହିତା ନା

1 min
193


ଝିଅ ର ଜନମ ଜଗତ ହିତ ରେ

  ତିନି ରୂପେ ତାର କାୟା

ମାଆ ପରି ସିଏ ସେନେହ ବାଣ୍ଟ ଇ

ଭଗିନୀ ହୋଇ ସେ ଭାଇ ପାଖେ ଥାଇ

  ପ୍ରୀତି କରେ ହୋଇ ଜାୟା। 

 ପିତା ର ଘର ରେ କେତେ ଅଲିଅଳି

ସୁନା ଝିଅ ଟିଏ ହୋଇ

ଖିଲି ଖିଲି ହସ ଛମ୍ ଛମ ଚାଲି

ମିଠା ମିଠା କଥା କହି

ମନ ମୋହି ନେଇ ସୁଖ ଭରୁ ଥିଲୁ

ଥିଲୁ ପରା ତୁ ନିର୍ଭୟା।

କାଲି ଯେତେବେଳେ ପର ଗୋତ୍ରି ହୋଇ

  ଚାଲି ଗଲୁ ଶାଶୁଘର

ପର କୁ ନିଜର କରି ଆପଣ ର

 ବାପ ଘର ହେ ଲା ଦୂର

ଦୁଇକୁଳ ହିତ ସାଧନ ପାଇଁ କି

 ଧରିଛୁ ତୋର ଏ କାୟା।

ବାପ ଘର ସୁଖ ପଛରେ ପକାଇ

 ଶାଶୁ ଘରେ ତୋର ବାସ

ତୋର ପରଶ ରେ ନର୍କ ହୁଏ ସ୍ବର୍ଗ

 ସଭିଙ୍କ ମୁହଁ ରେ ହସ

ଦୁଇକୁଳ ହିତା ଦୁହିତା ତୁ ଅଟୁ

  ସତେ କି ପାଦପ ଛାୟା।



Rate this content
Log in

Similar oriya poem from Inspirational