Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Inspirational

4  

Bharatabandhu Biswal

Romance Inspirational

ଦିବ୍ୟରଙ୍ଗ

ଦିବ୍ୟରଙ୍ଗ

1 min
249



ରଙ୍ଗରେ ରଙ୍ଗରେ ବରଷିଲା ସୁଧା

ହେଲା ଜଡସଡ ଦେହମନ

ରଗଡ଼ି ଘଷିଲେ ଦିଶେ ଜକ ଜକ

ଲାଜେଇ ବି ଯାଏ ଦରପଣ ।


ଛାଡ଼େ ନାହିଁ ନାଲି ପାଦର ଅଳତା

ନୂଆ ନୂଆ ପୁଟ ହୁଏ ଚଢ଼ା

ସିନ୍ଦୂର କୁଙ୍କୁମ ମେହେନ୍ଦୀ କଜ୍ଜଳ

ହାତ ଗୋଡେ କୁଟା ଛବି ଚିତା ।


କେଶ ପରିପାଟୀ ରୈ।ପ୍ୟ ତାରକସୀ

ସୁବର୍ଣ୍ଣ ଧାତବ ଅଳଙ୍କାର

ଚୂଡି ମଥାମଣି ଫୁଲ ଗଳାହାରେ

ମୋତି ମାଣିକ୍ୟ ସମ୍ଭାର ।


ରଙ୍ଗ ପ୍ରସ୍ତରରେ ଶୋଭିତ ମୁଦ୍ରିକା

ହୀରକ ଉଜ୍ଜ୍ୱଳ ଜ୍ୟୋତି

ରୁଣୁଝୁଣୁ ଶୁଭେ ପାଦର ପାଉଁଜି

ବାଜୁବନ୍ଧ ଆଉ ଅଣ୍ଟାପଟି ।


ବରଷଇ ରଙ୍ଗ ଜୀବନେ ସଞ୍ଚରେ

ଅମୃତ ସ୍ନେହ ସୋହାଗ

ବସନ ଭୂଷଣ ଗୃହ ସଜ୍ଜା ପାକେ

ଭରପୂର ରଙ୍ଗ ଅନୁରାଗ ।


ଝୋଟିରେ ଚିତାରେ କାଷ୍ଠ ପ୍ରସ୍ତରରେ

ରଙ୍ଗ ଚିତ୍ର ସୂକ୍ଷ୍ମ ଚାରୁକଳା

ଉତ୍କର୍ଷ କଳାରେ ଆଦର୍ଶ ଉତ୍କଳ

ନୃତ୍ୟ ଗୀତ ଛନ୍ଦ ସୁମଧୁରା ।


ନିତ୍ୟ ସୁରଭିତ ଜୀବନର ପୁଷ୍ପ

ଭାଷା ଓ ସଂସ୍କୃତି ସମୁଜ୍ଜ୍ୱଳା

ଅତୁଲ୍ୟା ଅନନ୍ୟା ଅପୂର୍ବା ଓଡ଼ିଶା

ଦିବ୍ୟରଙ୍ଗ ପୂର୍ଣ୍ଣ ଷୋଳକଳା।




Rate this content
Log in