Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Classics

3  

Smitarani Barik

Classics

ଦିବ୍ୟ ଦୀପାବଳୀ

ଦିବ୍ୟ ଦୀପାବଳୀ

1 min
185


ଚପଳା ଗଲାଣି ଝଲସି ସ୍ୱଚ୍ଛ ମେଘେ

ସତେ ଯେମିତି ନଭ ସିନ୍ଥିରେ ମଥାମଣି

ସବୁଜ ପାଟ୍ଟେ ବିମଣ୍ଡିତ

କୁହୁଡିର ଓଢ଼ଣା ଟାଣି ।

ପଲ୍ଲୀଠୁ ସହର ଉଜ୍ଜ୍ବଳିତ ଆଜି

ଦୀପ୍ତି ପ୍ରଜ୍ବଳିତ ଘରେ ଘରେ , 

ଡିମିରିକୁ ଭେଦି ଆଲୋକ ଆଜି

ଲାନ କରେ ତା ଗର୍ଭରେ ।

ସୁସଜ୍ଜିତ ଆଜି ଘର ଅଗଣା

ବିବିଧ ଆଲୋକ ମାଳାରେ , 

ଦାଣ୍ତ ଅଗଣା ସଜା ହୋଇଅଛି

ନାନା ରଙ୍ଗ ମୁରୁଜରେ ।

ଭଳିକି ଭଳି ପିଠାପଣାର ବାସ୍ନାରେ

ଭରିଯାଏ ପ୍ରାଣ ଆଉ ଉଦର , 

ସେହି ବାସ୍ନାରେ କ୍ଷୁଧା ହୁଏ ବହୁଗୁଣିତ 

ସଭିଏଁ ହୁଅନ୍ତି କ୍ଷୁଧାତୁର ।

କାକରା, ଆରିସା, ମଣ୍ଡା, ସରପୁଳି ସାଥେ

ବଡ ବଡୁଆଙ୍କୁ କରି ଆମନ୍ତ୍ରଣ , 

ଆଲୋକର ପର୍ବ ଏଇ ଦୀପାବଳୀ

ଉତଫୁଲ କରେ ଦଶଦିଗ , 

ଅନ୍ଧକାର ପରେ ଆଲୋକ ଜୟ

ଅନ୍ୟାୟ ଅନୀତିର ହେଉ ବିଯୋଗ ।

ବୃଷ୍ଟିସ୍ନାତ ପରେ ଆଜି ଏଇ ଧରା

ପହିଲି ଶୀତର ଆଶାୟୀ , 

ଆନନ୍ଦ ଉତ୍ସବେ କାଟିବା ଏ ଦିନ

ସଦା ମୈତ୍ରୀ, ଭାତୂଭାବ ନେଇ ।

ଆଲୋକ ବିପଣବିପଣୀ ମାଟି ପ୍ରଦୀପରେ

ଝଲସାଏ ପଲ୍ଲୀ ପୁର , 

ଆମୋଦ ପ୍ରମୋଦେ ଫାଟିପଡୁଥାଏ

କି ଧନୀ କି ଗରିବ ଘର ।


Rate this content
Log in

Similar oriya poem from Classics