Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Bhusan Das

Abstract

3  

Bharati Bhusan Das

Abstract

ଦିବ୍ୟ ଦୀପାବଳି

ଦିବ୍ୟ ଦୀପାବଳି

1 min
164


ଦିବ୍ୟ ଚେତନାର ଦିବ୍ୟ ଦୀପାବଳି

ଦିବ୍ୟ ଭାବନାର.... ଦିବ୍ୟ ସ୍ୱରୂପ...

ତ୍ରିବିଧା ଗୁଣର ସତ୍ତ୍ୱ ରଜ ତମ......

ଆଲୋକ ବର୍ତ୍ତିକା...... ଜୀବ ପ୍ରଦୀପ.....।

ସତ୍ୟ ଯୁଗେ ଧର୍ମ ସ୍ଥିତି.... ଭକ୍ତ ପ୍ରହଲ୍ଲାଦ

ଦୀପାବଳି ସ୍ମୃତି ଗାନ..... ଜୀବନ ଆଲ୍ହାଦ

ଗର୍ବ ଅହଂକାର କ୍ଷୁର୍ଣ୍ଣ ....  କଲେ ନାରାୟଣ....

ନୃସିଂହ ଅବତାରେ...ଯେ   ଦେଲେଟି ଦର୍ଶନ.....

ହିରଣ୍ୟକଶିପୁ ବଧ .....ସ୍ତମ୍ଭ ରୁ ବାହାରି.....

ଆଲୋକ ବର୍ତ୍ତିକା ପ୍ରଭୁ...... ସିଂହ ରୂପ ଧାରୀ....

ଦିବ୍ୟ ଚେତନାର ଏହି ... ଦିବ୍ୟ ଦୀପାବଳି.....

ଆଲୋକ ର ପର୍ବ ବନ୍ଧୁ ..... ହୁଏ ନିଉଚ୍ଛାଳି......।

ତ୍ରେତୟା ରେ ଧର୍ମ ବାକ୍ୟ.... ସତ୍ୟ ର ସନ୍ଧାନେ

ପ୍ରଭୁ ରାମଚନ୍ଦ୍ର ଗଲେ.....ବନ ର ଗମନେ.....

ସତୀ ସ୍ୱାଧୀ ପତିବ୍ରତା..... ସତୀ ସୀତା ମାତା

ଅନୁଜ ଲକ୍ଷ୍ମଣ ସଙ୍ଗେ..... ସାକ୍ଷୀ ଯେ ବିଧାତା...

ଚଉଦ ବରଷ ବନ....ବାସ ସାରି ଫେରି.....

ଲେଉଟନ୍ତି ଅଯୋଧ୍ୟା କୁ... ରାବଣ କୁ ମାରି.....

ଏହି ସେହି ଦୀପାବଳି....ଦିନ ଟି ଅଭୁଲା.....

ଦିବ୍ୟ ଭାବନାର ତ୍ରେତା.....କଥାଟି ଯେ ଭଲା.....।

ଦ୍ୱାପର ମହିମା ପ୍ରଭୁ....  ଶ୍ରୀକୃଷ୍ଣ ଙ୍କ କଥା....

ଅସୁର ବିନାସି ଧର୍ମ.... ବାଣୀ ସଦା ଗାଥା.....

ନାରକାସୁର କୁ ମାରି..... ଉଦ୍ଧାର କରନ୍ତି ହରି....

ଷୋଳ ସହସ୍ର ରମଣୀ....ଙ୍କର ତ୍ରାଣକର୍ତ୍ତା.......

ଦିବ୍ୟ ଦୀପାବଳି ଯହୁଁ ...... ରହିଅଛି ସାକ୍ଷୀ........

ଦିବ୍ୟ ଭାବ ବହି ତହୁଁ ...... ଦିବ୍ୟ ମୁକସାକ୍ଷୀ......

ଆଲୋକ ର ପର୍ବ ଏ ତ ...... ଆମରି ଗରବ......

ପୁରାଣ କଥା ସାହିତ୍ୟ ... ଅମୃତ ସୌରଭ......।

   ଅମା ଅନ୍ଧକାର..... ଦୂରୀଭୂତ କର......                ଆହେ ଆଦି........... ନିରାକାର......

  କଳିର ଚରିତ....... ରହିଥାଉ ନିତ୍ୟ.......

ପୂର୍ବ ସୁରୀ ପୂର୍ବଜ ଙ୍କ....... ହେବାକୁ ଆଶ୍ରିତ.....

   ଦିବ୍ୟ ଦୀପାବଳି..... ରହି ଥାଉ ସାକ୍ଷୀ......

  ବଡ଼ ବଡ଼ିଆ ହେ......ଆଲୁଅରେ ଆସି .....

   ସିଞ୍ଚି ଦିଅ କୃପା ବାରି....... ମଥାରେ ବରଷି.......।

ହେ ଦିବ୍ୟ ଆତ୍ମନ....... କରନ୍ତୁ ବହନ......

ଆଲୋକ ର ପର୍ବ...... ହେଉ ଚିରନ୍ତନ.....

ଲିଭିଯାଉ ହୃଦୟ ରୁ.... କଳୁଷ କାଳିମା......

ହଟିଯାଉ ଅନ୍ଧକାର....ଭରିଯାଉ ମହିମା.....

ଆହେ କଳାମୁଖ...... ତୁମରି ଦୁଆରେ......

ଜାଳିବୁ ଦୀପଟିଏ..... ପ୍ରୀତି ସଳିତାରେ....

ସ୍ନେହ ପ୍ରେମ ଶ୍ରଦ୍ଧା..... ଭରି ଦୀପାଳି ରେ.....

ଏତିକି ମାଗୁଣି......ଆଜ.... ଦୀପାବଳି ରେ....


Rate this content
Log in

Similar oriya poem from Abstract