ଦିବ୍ୟ ଭାବନା
ଦିବ୍ୟ ଭାବନା
ମୃତପ୍ରାୟ ଏବେ ଦିଵ୍ୟଭାବନା
ଦିବ୍ୟ ଇଛା ଗଲା କାହିଁ
ଶାନ୍ତି ଅହିଂସାର ପଥ ଭୂଲିଗଲା
ଦିବ୍ୟତା ପାଶୋରି ଦେଇ ।
ଦିବ୍ୟଭାଵନା ଦିବ୍ୟଚେତନା
ସେହି ତ ମଣିଷପଣିଆ
ହିଂସା ଅସୂୟାରେ ଭରିଛି ସେ ପୂରା
ନାହିଁ ତା'ର ମାନବିକତା ।
ନାରୀ ପାଇଁ ନାହିଁ ସ୍ପର୍ଶକାତୟତା
କରିପାରେ ପୁଣି ଶିଶୁଧର୍ଷଣ
ଅତ୍ୟାଚାର ଵଢି କରେ ଭ୍ରୁଣହତ୍ୟା
ହେବ କି ଆଉ ଅମିୟଵର୍ଷଣ ।
ସ୍ନେହ ପ୍ରେମ ମୈତ୍ରୀ ଏକତା ତା ମନୁ
କେବେଠୁ ଗଲାଣି ଉଭେଇ
ଦିବ୍ୟତା ର ଭାଵ ଖାଲି ଲୋଡା ପ୍ରଭୁ
ଆଉ ଭାଵ ଲୋଡା ନାହିଁ ।
ନୈସର୍ଗିକ ଚେତନା ମାନବ ଭାବନା
ଏକତ୍ରିତ ହେଵ ଯେବେ
ଆଶା କଳ୍ପବଟ ପାଇବ ପ୍ରେରଣା
ମନବାଞ୍ଛା ପୂର୍ଣ୍ଣ ତେବେ ।
ମନୁଷ୍ୟ ଜୀବନ ହୁଏ ଅସ୍ତବ୍ୟସ୍ତ
ଦିବ୍ୟ ଭାବନା ଗଲାଣି କାହିଁ
ମଧୁର ଭାବନା ଗଲା ଜଗନ୍ନାଥ
ଦିବ୍ୟ ଚେତନା ନା ନାହିଁ ।
ଭୂମିଠାରୁ ଭୂମା ଦିବ୍ୟ ଦରଶନ
ପ୍ରଭୁ ତୁମ ସ୍ପର୍ଶ ପାଇଁ
ସ୍ନେହପ୍ରୀତି ମୈତ୍ରୀର ହୋଇଵ ମିଳନ
ଆଧ୍ୟାତ୍ମିକ ଚିନ୍ତନ ଵହି ।
