STORYMIRROR

Nrusingha Narayan Tripathy

Classics Inspirational Others

4  

Nrusingha Narayan Tripathy

Classics Inspirational Others

ଦିବ୍ୟ ଅଳଙ୍କାର ଅଟଇ ହସ

ଦିବ୍ୟ ଅଳଙ୍କାର ଅଟଇ ହସ

1 min
244


କେତେ ରୂପ ରଙ୍ଗ ନାନା ପ୍ରକୃତି 

ନାନା ଦେଶେ ଦେଖୁ ବିଭିନ୍ନ ଜାତି l


ଜୀବ ମଧ୍ୟ ଶ୍ରେଷ୍ଠ ପରା ମଣିଷ

ଅଛି ତାର ଜ୍ଞାନ କରେ ପ୍ରକାଶ ।


ସୁନ୍ଦର ପାଇଁକି ସଜାଇ ହୁଏ

କେତେ ଅଳଙ୍କାର ଖରିଦ କରେ l


ହାତରେ ଗୋଡ଼ରେ କାନ ଗଳାରେ

ପିନ୍ଧେ ଅଳଙ୍କାର ବଢେ ଶୋଭାରେ l


ହୀରା ପ୍ଲାଟିନମ ସୁନା ରୁପାର

ଦାମୀ ଗହଣାରେ କରେ ଆଦର l


ବଡ଼ିମା ଦେଖାଏ ଯେ ଭୂଷଣର

ଚରିତ୍ର ନ ଥିଲେ ସବୁ ଅସାର l


ବିନୟ ସ୍ଵଭାଵ ମଧୁର ସ୍ୱର

ଶତ୍ରୁ ହୁଏ ମିତ୍ର କରି ନିଜର l


ଦିବ୍ୟ ଅଳଙ୍କାର ଅଟଇ ହସ

କରିପାରେ ସିଏ ସଭିଁଙ୍କୁ ବଶ l


ଦେଖିଦେଲେ ଯିଏ ଖୁସିରେ ହସେ

ସରଳ ସୁନ୍ଦର ହୃଦୟେ ବସେ l


ଦେବା ନେବା ନୁହେଁ ସମ୍ପର୍କ ଡୋର 

ଭଲ ପାଇବାଟା ଗୁଣ ଦିବ୍ୟର l


ଗର୍ବ ଅଂହକାର ଧନ ଜୀବନ

ଅଟଇ କ୍ଷଣିକ ଅଢେଇ ଦିନ l


ଖୁସି ଆନନ୍ଦରେ ଯିଏ ବଞ୍ଚଇ

ପର ଆପଣାକୁ ହସ ବାଣ୍ଟଇ l


Rate this content
Log in

Similar oriya poem from Classics