ଦିବ୍ଯ ଆନନ୍ଦ ଝର
ଦିବ୍ଯ ଆନନ୍ଦ ଝର
କ୍ଳାନ୍ତ ଅବସନ୍ନ ଶରୀର ;
ଜୟ ପରାଜୟର
ଜୀବନ ଯୁଦ୍ଧରେ
ତମାମ ସମୟ ବିତିଛି ।
ସୁଖ ଶାନ୍ତି ଲାଗି
ବିଷୟ ଭୋଗରେ
ବହୁତ ଖୋଜିଛି ।
ଭୌତିକ ବସ୍ତୁରେ ସୁଖ ଖୋଜୁଖୋଜୁ
ଧସେଇ ପସିଯାଏ
ଦୁଃଖ ଦରିଆରେ ।
ଭଗ୍ନ ମନୋରଥରେ
ନୈରାଶ୍ଯ ବାଲିଚରରେ
ପରାଜୟର ଗ୍ଲାନିବୋଧରେ
ଅଲୋଡା ହୁଏ ଜୀବନ ।
ପାଶୋରି ଯାଏ ସେ,
ସୁଖ ନ ଥାଏ ବହିଃର୍ମୁଖରେ
ଅବା ବିଷୟ ଭୋଗରେ;
ଇନ୍ଦିୟ ଦାସରେ
କିମ୍ବା ବାହ୍ୟବସ୍ତୁ ରେ ।
ସୁଖ ଥାଏ ଅନ୍ତଃ ଦୃଷ୍ଟିରେ
ଶାନ୍ତି ଥାଏ
ଷଢରୀପୁ ଦମନରେ ।
ଆତ୍ମା ହିଁ ଅଜର ଅମର
ସ୍ବାକ୍ଷର ହିଁ ଶାଶ୍ବତ ସତ୍ତାର
ପ୍ରମୋଦ ହିଁ ହୃଦ କନ୍ଦର
ତହିଁ ବିଜେ ପ୍ରଭୁ ସ୍ୱୟମ୍ଭୁ ଶଙ୍କର ।
ବେଳ ଥାଉ ଥାଉ ମନ
ବାନ୍ଧରେ କୁମର ,
ନାମରେ ହିଁ ବ୍ରହ୍ମ
ସେ ତ ଦିବ୍ଯ ଆନନ୍ଦ ଝର,
ଅବଗାହନ କରେ ଯେ
ସେ ଶାଶ୍ବତ ଝରେ
ସଚ୍ଚିଦାନନ୍ଦ ଅଟେ ସେ
ଏ ଭବସାଗରେ ।
