ଦଇବଟି ଏକା ସାହା
ଦଇବଟି ଏକା ସାହା
ମାନ ତେଜିବାକୁ କହୁଛ ଯା' ମୋତେ
କେମିତି ତେଜିବି ତାହା ,
ଆଗୁଁ କେତେ ବାର କଥାଦେଇ ପରା
ଭଣ୍ଡିଅଛ ଆହେ ନାହା-
କଥା କହି ନାନାରଙ୍ଗେ ;
ବାରବାର ତୁମେ ରାତି ପୁହାଇଛ
ଆନ ଗୋପୀଙ୍କର ସଙ୍ଗେ ।(୦)
ଏ ଜନମେ ହେତୁ ପାଇବା ଦିନରୁ ,
ପାସୋରିନି କେବେ ତୁମକୁ ମନରୁ ।
ଅରପି ଦେଇଛି ମନ-ପ୍ରାଣ ସବୁ
ଆପଣାର ଥିଲା ଯାହା ।(୧)
ଆଗୁଁ କେତେ ବାର କଥାଦେଇ ପରା
ଭଣ୍ଡିଅଛ ଆହେ ନାହା ।
ନିଜ ସୁଖ ଲାଗି ତୁମେ ବାରବାର ,
ଭାଙ୍ଗିଦେଉଅଛ ମନକୁ ମୋହର ।
ଗୁଣ ଜାଣି ତେଣୁ କରେ ମୁଁ ଜୁହାର
ଦଇବଟି ଏକା ସାହା ।(୨)
ଆଗୁଁ କେତେବାର କଥାଦେଇ ପରା
ଭଣ୍ଡିଅଛ ଆହେ ନାହା ।
ମାନ ତେଜିବାକୁ କହୁଛ ଯା' ମୋତେ
କେମିତି ତେଜିବି ତାହା ,
ଆଗୁଁ କେତେବାର କଥାଦେଇ ପରା
ଭଣ୍ଡିଅଛ ଆହେ ନାହା ।
କଥାକହି ନାନାରଙ୍ଗେ ;
ବାରବାର ତୁମେ ରାତି ପୁହାଇଛ
ଆନ ଗୋପୀଙ୍କର ସଙ୍ଗେ ।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।