STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଦିବାସ୍ବପ୍ନ

ଦିବାସ୍ବପ୍ନ

1 min
10


କହିବାର କଥା ନୁହଁ

କହି ପାରିବି କି ?

ଶୁଣେଇବାର ବି ବାର୍ତ୍ତା ନୁହଁ

ପାଟି ଫିଟେଇ ପାରିବି କି ?


ପ୍ରତିଜ୍ଞାର ପ୍ରତିଶୃତି ନୁହଁ

ଶୁଣି ପାରିବ କି ?

ରାଣ ନିୟମର ଆକଟ ନୁହଁ

ଗ୍ରହଣ ଶ୍ରବଣ କରିବ କି ?


ହୃଦୟ କଳସୀରେ ସ୍ନେହର ଢେଉ

ଚହଲା ପାଣିରେ ଦିଶିଯାଏ 

ତୁମ ତୋଫା ଜହ୍ନ ପରି ସରମୀ ଛଉ


ତୁମେ ମୋ ପାଇଁ 

ଝରଣାର କୁଳୁକୁଳୁ ନାଦ

ମୋ ଦୂର ପରବତ 

ମୋ ଅପହଞ୍ଚ ଉନ୍ନାଦ

ମୋ ରଙ୍ଗୀନ ପ୍ରଜାପତି 

ମୋ ନାରଙ୍ଗୀ ବେରଙ୍ଗୀ ମିଠା ଖଟା 

ଚକୋଲେଟ୍ ପରି ଛବିଳ ବର୍ଣ୍ଣବୋଧ


ପକେଟରେ ପୁରେଇଛି ସାଇତି ରଖିଛି

 କୋଡ଼ିଏ ଟଙ୍କିଆ କଣ୍ଠି ମାଳ

ବେକରେ ପିନ୍ଧେଇବାକୁ ସ୍ନେହରେ ଚାହୁଁଛି

ମୌନ ସମ୍ମତି ଦେଲେ ଆରମ୍ଭ କରନ୍ତି ଖେଳ

ସହସା ମୁରୁକି ଉଠିବ ଦଶହରା ଉତ୍ସବ ମେଢ

ଆଉ ଗଗନ ପବନ ସହ ସିନ୍ଦୁରିତ ଚକ୍ରବାଳ


ଠାଏ ଠାଏ ଚଟକଣି ପାହାର ପ୍ରହାର

ନିଦ ଭାଙ୍ଗିଗଲା ଚାଉଁକିନା ମୋର

ଗାଲ ଆଉଁସୁ ଆଉଁସୁ ଅଗତ୍ୟା ଜାଣିଗଲି 

ଦିବାସ୍ଵପ୍ନ ଥିଲା ବୋଧେ ଅତୀବ ମଧୁର


Rate this content
Log in

Similar oriya poem from Tragedy