STORYMIRROR

ମିତା ପଟନାୟକ

Abstract

2  

ମିତା ପଟନାୟକ

Abstract

ଦି ବୁନ୍ଦା ଲୁହା

ଦି ବୁନ୍ଦା ଲୁହା

1 min
133

ଦି ବୁନ୍ଦା ଲୁହ ବଖାଣି ପରେ

ଅୟୁତ ଦୁଃଖ ର ପରିଭାଷା

କହିପାରେ ହଜାରେ ସାଇତା ଅବଶୋଷ ର ଭାଷା

ଲେଖି ଦିଏ ଅଗଣିତ ପୃଷ୍ଠା ଅଵ୍ୟକ୍ତ ବେଦନା ର ବର୍ଣବୋଧ

ବାହାରି ପାରୁ ନଥିବା କୋହ

ଜମାଟ ବାନ୍ଧି ଯାଏ ସେଇ ଦୁଇ ବୁନ୍ଦା ଲୁହ ରେ

ଆଖିର ବନ୍ଦର ଡେଇଁ ବାହାରକୁ ଆସିବାର

ତମାମ ଚେଷ୍ଟା ଫେଲ ହେଲା ପରେ

ଲୁହ ଦିବୁନ୍ଦା ସେଇଠି ଚିକ ଚିକ କରୁଥାଏ

ସତେ ଅବା କହୁଥାଏ

ତା ଆଦ୍ର ପଣ ରେ ଭିଜୁ ଥାଏ ନିତି

ଶୁଷ୍କ ମରୁଭୂମି ରେ ଓଏସିସ ସମ


ଶୋଷିଲା ମନ କୁ ଯୋଗାଉଥାଏ ବଂଚିବାର ରାହା

ଶବ୍ଦ ସବୁ ନୀରବତାର ର ରାଜଧାନୀ ରେ

ଚୁପ ଚାପ ଫ୍ଲାଲ୍ଗ ମାର୍ଚ୍ଚ କରୁଥିବା ବେଳେ

ଆଖି କୋଣ ରୁ ଲୁଚେଇ ଦେଖୁ ଥାଏ ଲୁହ

ସତେ ଅବା ଅବଶିଷ୍ଠ ଆୟୁଷ ଖାତା ରେ

ଉପସ୍ଥାନ ନେଉଥିବା ଦରଦୀ ମନ ଟିଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract