ଦି ବୁନ୍ଦା ଲୁହ
ଦି ବୁନ୍ଦା ଲୁହ
କିଏ କୁହନ୍ତି ଲୁହ ତ କିଏ କୁହନ୍ତି ଅଶ୍ରୁ
ଝରି ଥାଏ ସଧା ଆଖିର ଝରଣାରୁ
ଦୁଃଖରେ ଥିଲେ ଝରିଯାଏ ମୁଁ ଲୁହହୋଇ
ଆନନ୍ଦ ସମୟରେ ଆସେ ମୁଁ ଲୁହର ପୁଷ୍ପ ହୋଇ
ଝିଅ ବିଦାୟରେ ଆସେ ମୁଁ ହସଖୁସିର ସ୍ମୃତି ହୋଇ
ମୃତ୍ୟୁ ସମୟରେ ଆସେ ମୁଁ କୁହର ଝରଣା ହୋଇ
ଖୁସିରେ ହେଉ କିମ୍ଭା ଦୁଃଖରେ ସବୁ ସମୟେ ଝରିଯାଏ ଦି ବୁନ୍ଦା ଲୁହ ହୋଇ ।
