Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dharitri Das

Inspirational Others

4  

Dharitri Das

Inspirational Others

ଧୂମ୍ରପାନ

ଧୂମ୍ରପାନ

2 mins
251


ଦେହକୁ ଅହିତ ଧୂମ୍ରପାନ ତ୍ୟାଗ କର

ଜାଳି ପୋଡି ଛାରଖାର କରଇ ସଂସାର।

କର୍କଟ ରୋଗର ସେହିତ ମୁଖ୍ୟ କାରଣ

ସେଥିରୁ ନିଜକୁ ନିଜେ କର ହେ ବାରଣ।

ଖାମଦାନୀ ଖାତିରି ଭାବନିରେ ତାହାକୁ

ଶରୀରକୁ ଠେଲି ଦିଅନାହିଁ ବିପଦକୁ।

ନିଛକ ସତକଥା ମୁହିଁ କହୁଛି ଶୁଣ

ଭଦ୍ରଘର ପିଲା ଉଚ୍ଚଶିକ୍ଷିତଟି ଜାଣ।

କରୁଥିଲା ଧୂମ୍ରପାନ ପଡ଼ିଲା ନଜରେ

ପାଖକୁ ଡାକି ପଚାରିଲି ଶୁଣ ଶୁଣରେ।

ଏତେ ଛୋଟବେଳୁ ତୁ କାହିଁକି ଧୂମ୍ରପାନ

କରି ଶରୀରକୁ କରୁଛୁ ପୁଅ ଦହନ।

ଜାଣିଶୁଣି କର୍କଟକୁ କରୁ ନିମନ୍ତ୍ରଣ

ତୋତେ କ'ଣ କେହି କରନ୍ତିନିରେ ବାରଣ।

ମୋର କଥା ଶୁଣି କହିଲା ବାଳକ ଗୋଟି

ମୋତେ ପରା ଛବିଶ ବରଷ ହେଲାଣି ଆଣ୍ଟି।

କେବେଠାରୁ ଧୂମ୍ରପାନ କରୁଅଛି ତ ମୁହିଁ

ଅଭ୍ୟାସକୁ ମୋର ଛାଡିବି ଅବା କାହିଁପାଇଁ।

ବିସ୍ମିତ ହୋଇ ପିତାମାତାଙ୍କୁ ଧନ୍ୟ କହିଲି

ଏଇତ ସଂସାର ଭାବି ପ୍ରକୃତିସ୍ଥ ହୋଇଲି।

ପୁଣି କହିଲି ପୁଅରେ ମୁଁ ତୋର ମାଆ ପରି

କହିବି କଥାଟିଏ ରଖିବୁକି ତୁ ମୋହରି।

ଟିକିଏ କଷ୍ଟରେ କହିଲା ହଁ କ'ଣ କହୁନ

ତା କଥା ଶୁଣି ଆଶ୍ବସ୍ତ ହୋଇ କହିଲି ଶୁଣ।

ସତ କହ ଦିନକୁ କେତେ ଟାଣୁ ସିଗାରେଟ

କହିଲା ନାହିଁ ଆଣ୍ଟି ମାତ୍ର ଗୋଟିଏ ପ୍ୟାକେଟ।

ମୁଁ କହିଲି ହେଲେ ଆଜିଠୁ ଚାରିଟି ଟାଣିବୁ

କଥା ଦେଇଛୁ ଏ ମାଆର କଥା ନିଶ୍ଚେ ମାନିବୁ।

ହଁ ଭରି ଅତି କଷ୍ଟରେ ଗଲା ବାହାରି ସେଦିନ

କିଛିଦିନ ଗଲାପରେ ହଠାତ ହେଲା ମିଳନ।

ପାଖକୁ ଡାକି ପଚାରିଲି କ'ଣ ଦେହ ଭଲଅଛି

ଉତ୍ତର ଆସିଲା ହଁ ତୁମ କଥା ମାନି ଚାଲୁଛି।

ଆନନ୍ଦରେ ଅଧିର ହୋଇଗଲି ମୁହିଁଟି ଜାଣ

ପିଠିରେ ହାତ ଥାପୁଡ଼ାଇ କହିଲି ପୁଅ ଶୁଣ।

ଏବେ ସମ୍ପୂର୍ଣ୍ଣ ଛାଡ଼ିଲେ କିଛି ଅସୁବିଧା ନାହିଁ

ଛାଡିଦିଅ ତେବେ ବାବା କହୁଅଛି ତୋତେ ମୁହିଁ।

ସେହି ପଇସାରେ ଫଳ କିଣି ଖାଅ ମନା ନାହିଁ

ସୁସ୍ଥ ସବଳ ସହ ଦୀର୍ଘାୟୁ ହୋଇବୁରେ ତୁହି।

ଏବେ ସେହି ବାଳକ ହସିହସି ଦେଲା ଉତ୍ତର

ନିଶ୍ଚୟ ମାନିବି ମାଆଲୋ କଥାଟିକୁ ତୋହର।

ପ୍ରୀତ ହେଲି ଶୁଣି କୋମଳ ମଧୁର ବଚନକୁ

ରକ୍ଷାକର ବୋଲି ପ୍ରଣିପାତ କରିଲି ବିଭୁଙ୍କୁ।


Rate this content
Log in