ଧୂଳିଖେଳ
ଧୂଳିଖେଳ
ହେଲାରେ ବ୍ୟତୀତ ଧୂଳିଖେଳ ତୋର
ପଢିବୁଟି ଧ୍ୟାନ ଦେଇ,
ଯିବୁ ଚାଟଶାଳା ପାଠ ତୁ ପଢିବୁ
ଖେଳିବୁ ତୁ ସାଥି ହୋଇ।
ସ୍କୁଲ ପୋଷାକ ପିନ୍ଧିବୁ ତୁହିରେ
ଦେବ ଟି ମାଆ ପିନ୍ଧାଇ,
ଥିବ ପଛ ପଟେ ସ୍କୁଲ ବ୍ୟାଗ ଟି
ଦେବ ଟି ମାତା ଲଗେଇ।
ସ୍କୁଲ ପୋଷାକେ ଦିସିବୁ ସୁନ୍ଦର
ମନ ଆମ ମୋହୁ ଥିବୁ,
ଛାଡି ଆସିବି ମୁଁ ତୋତରେ ସ୍କୁଲେ
ମନଦେଇ ପଢୁ ଥିବୁ।
ସ୍କୂଲେ ଦୁଷ୍ଟାମୀ ନକରିବୁ ବାବୁ
ସେହୁତ ବିଦ୍ୟା ମନ୍ଦିର,
ଲେଖିବୁରେ ଅ ଆ ଲେଖିବୁ ହ କ୍ଷ
ପଢୁଥିବୁ ଜୋର୍ ଜୋର୍।
ବର୍ଣ୍ଣବୋଧ ତୁହି ମଧୁବାବୁଙ୍କର
ପଢିବୁରେ ମନ ଦେଇ,
ଓଡ଼ିଆ ଭାଷା ଟି ଆମ ମାତୃଭାଷ
ପଢିବୁ ତୁ ଧ୍ୟାନ ଦେଇ।
ମୁଖସ୍ଥ କରିବୁ ବର୍ଣ୍ଣବୋଧ ତୁହି
ସରଳ ହେବରେ ଶିକ୍ଷା,
ଭକ୍ତିଭାବ ରଖି ଗୁରୁଙ୍କ ଚରଣେ
ନେଉ ଥିବୁ ଜ୍ଞାନଶିକ୍ଷା।
ପରା ମାତୃଭାଷା ଜୀବନେ ରତନ
ଜନନୀର ଭାଷା ପରା,
ଆଦର କରିବୁ
ପଢିବୁ ଓଡ଼ିଆ
କର୍ତ୍ତବ୍ୟ ରଖିବୁ ସାରା।
ରଖିବୁ ରେ ଭକ୍ତି ଗୁରୁଜନଙ୍କରେ
କର୍ତ୍ତବ୍ୟ ଅଟେ ତହର,
ଜଗନ୍ନାଥେ ଭକ୍ତି ରଖିବୁରେ ନିତ୍ୟେ
ଜୀବନ ପଥରେ ତୋର।
ଅବଜ୍ଞା ନକରି ଗୁରୁଙ୍କ ବଚନ
ପାଳନ କରିବୁ ତୁହି,
ପାଠ ଧ୍ୟାନଦେଇ ପଢିବୁ ତୁହିରେ
ନକହିବୁ ମିଥ୍ୟା ତୁହି।
ସଙ୍ଗ କୁସଙ୍ଗତ କେବେ ନକରିବୁ
ହୁଅ ସଙ୍ଗ ସୁସଙ୍ଗତେ,
ରାଷ୍ଟ୍ରପ୍ରେମ ଭକ୍ତି ହୃଦୟେ ରଖିବୁ
ରଖିବୁ କର୍ତ୍ତବ୍ୟ ନିତ୍ୟେ।
ଧର୍ମପଥେ ଥିବୁ ଥିବୁ ନ୍ୟାୟ ପକ୍ଷେ
ସତ୍ୟ ନଛାଡିବୁ କେବେ,
ରାଷ୍ଟ୍ରହୀତେ ଠିଆ ଚଟାଣ ପରିରେ
ନହୁ ବିଚଳିତ କେବେ।
ଆତ୍ମନିର୍ଭରଟି ହେବୁରେ ତୁହିରେ
ଶିକ୍ଷାରୁ ନିର୍ଭର ଦେବୁ,
ଜ୍ଞାନକର୍ମ ବଳେ ରାଷ୍ଟ୍ରର ଉନ୍ନତି
କର୍ମକ୍ଷେତ୍ର କରୁଥିବୁ।
ଶୁଭାରମ୍ଭ ହେବ ଜୀବନେ ସଂଗ୍ରାମ
ଯିବୁ ବିଦ୍ୟାଳୟ ବାବୁ,
ଧୂଳିଖେଳ ଆୟୁ ବ୍ୟତୀତ ହେଲାରେ
ଯିବୁ ଚାଟଶାଳା ବାବୁ।