STORYMIRROR

Satyanarayan Sahoo

Romance Action Children

4  

Satyanarayan Sahoo

Romance Action Children

ଧୂଳି ଖେଳ

ଧୂଳି ଖେଳ

1 min
258

ଧୂଳି ଖେଳ ଶେଷ ହେଲେ ଶାଶୁ ଘର

ଚାଲି ଯାଏ ଗାଆଁ ଝିଅ

ମନରେ ଜାଗ୍ରତ ହୋଇଥାଏ ଚିର

ଗାଆଁ ମାଟି ଧୂଳି ଖେଳ ।


ଶୈଶବ ଜୀବନ ଆରମ୍ଭ କରି ସେ

ଥିଲା ଧୂଳି ଝାଡି ହାତେ

କେତେ ଦୁଃଖ କଷ୍ଟ ସହ୍ୟ କରି ବଞ୍ଚି

ଗଡି ଦାଣ୍ଡ ଧୁଳି ସାଥେ ।


ବିତାଇ ଥାଆନ୍ତି ନାଚି ଖେଳି ଝୁଲି

ବୁଲି ହସି ନାନା ରସେ

ପ୍ରତ୍ୟେକ ଶିଶୁ ର ଜୀବନ ଯାତ୍ରାର

ଧୂଳି ଲେପ ସ୍ନେହ ଦିଶେ ।


ଧୂଳି ଲେପ ମନେ ପିଲାଦିନେ ମଣେ

ଚନ୍ଦନ ଲେପ ପ୍ରକାର

କେଡେ ମନଲୋଭା କେଡେ ସୁଶୀତଳ

ଯଥା ମାଟି ମାଆ କୋଳ ।


ଧୂଳି ଖେଳ ହସ କଉତୁକ ରସ

ଆବେଗ ଗମ୍ଭୀର ସ୍ୱର

ଧୂଳି ଧୂସରିତ ଅବସ୍ଥାରେ ସେତ 

ମଣେ ଚିତ୍ତେ ଚମତ୍କାର ।


କେତେ କେତେ ଖୁସି ମଉଜ ଭିତରେ

ବୁଡି ବିଗତ ଦିନରେ

ଯାପି ଥିବା ସ୍ମୃତି ଅନୁଭୁତି ରାଶି

ଭାସି ଆସି ନିରନ୍ତରେ ।


ଯୋଗାଏ ତୃପ୍ତି ର ଆହ୍ୱାନ ମଧୁର

ଆହା କି ଦିବ୍ୟ ଚେତନା

ସ୍ପନ୍ଦନ ତୋଳିବା ସହିତ ଜଡିତ 

ଭାବାବେଗ ରେ ଉନ୍ମନା ।


ହୋଇ ଉଠେ ମନ ପ୍ରାଣ ଆକର୍ଷଣ

କରଇ ସ୍ନେହ ପ୍ରେମରେ

ଧୂଳି ମଖା ଅଙ୍ଗ ବାଲ୍ୟ ଜୀବନର

ସ୍ମୃତି , ସ୍ମୃତି ପଟେ ଖେଳେ ।


Rate this content
Log in

Similar oriya poem from Romance